ବାଇକ୍କୁ ପିଟିଲା ବସ୍, ଦୁଇ ଗୁରୁତର
13/12/2019 at 1:06 PM

ସୋର ୧୩।୧୨: ବସ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛି । ୧୬ନଂ ଜାତୀୟ ରାଜପଥ ତଳ ନଗରଠାରେ ରାଜପଥ ଅତିକ୍ରମ କରୁଥିବା ବାଇକକୁ ଧକ୍କା ଦେଇଥିଲା ବସ୍ । ଗୁରୁତର ବାଇକ୍ ଆରୋହୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ଉଭୟ ବାଇକ୍ ଆରୋହୀଙ୍କୁ ଭୁବନେଶ୍ବରରୁ ଟାଟା ଯାଉଥିବା ବସ୍ ଧକ୍କା ଦେବାରୁ ଉଭୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021
ଶୌଚ ପାଇଁ ଯିବା ବେଳେ ଭାଉଜଙ୍କୁ ଦୁଷ୍କର୍ମ କଲେ ଦିଅର ଓ ପୁତୁରା, ଜଣେ ଅଟକ
17 January 2021