ଟ୍ରକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର
3/07/2019 at 10:28 AM

ରାଇରଙ୍ଗପୁର ୩|୭: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପୁରୁଣାପାଣିରେ ଦୁର୍ଘଟଣା ହୋଇଛି । ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାଇରଙ୍ଗପୁର ହସ୍ପିଟାଲରୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ହେଲେ ଗୋରୁମହିଷାଣି ଥାନା ଶୁଣ୍ଢଳ ଗ୍ରାମର ପୁଦୁନ ମାଝୀ ଓ ସିଂଗ୍ରାଇ ମାଝୀ । ଦୁହେଁ ବାଇକ୍ ଯୋଗେ ବହଳଦା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକଟି ଧକ୍କା ଦେଇଥିଲା ।
Related Posts
ଗୋରୁମହିଷାଣୀ ସିଏଚସର ଲକ୍ଷାଧିକ ଟଙ୍କାର ବିଜୁଳି ବିଲ୍ ବକେୟା !
25 January 2021