ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଚାଳକ ଓ ଜଣେ ଯାତ୍ରୀ ଗୁରୁତର

Published By : Prameya-News7 Bureau | November 03, 2020 IST

ଭୁବନ ୩।୧୧: ଢେଙ୍କାନାଳ ଜିଲ୍ଲା ଭୁବନ ଜାତୀୟ ରାଜପଥ ୫୩ ଶାମଳ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଦୁର୍ଘଟଣାରେ ଅଟୋ ଚାଳକ ଓ ଯାତ୍ରୀ ଗୁରୁତର ହୋଇଛନ୍ତି । ଶିବ ମଳିକ ୭୦ ବର୍ଷ ଭୁବନରୁ ଏକ ଅଟୋ ଭଡାକରି ନିଜ ଘର ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁରକୁ ଯାଉଥିଲେ । ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା ।

{"id":355439,"sizeSlug":"large"}

ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଉଭୟ ଗୁରୁତରଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ଅଟୋ ଚାଳକଙ୍କର ପରିଚୟ ମିଳି ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.