Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବିଦ୍ୟୁତ କାଟକୁ ନେଇ ଢାବା ମାଲିକ ଓ ଆମିଷ ମାର୍କେଟ୍ ମାଲିକଙ୍କ ମଧ୍ୟରେ ମାରପିଟ୍, ଉଭୟ ହସ୍ପିଟାଲରେ ଭର୍ତ୍ତି

11/10/2021 at 10:43 AM

ବାରଙ୍ଗ ୧୧।୧୦: ବିଦୁତ କାଟକୁ ନେଇ ଢାବା ମାଲିକ ସହିତ ଆମିଷ ମାର୍କେଟ୍ ମାଲିକ ମଧ୍ୟରେ ସଂଘର୍ଷ । ରବିବାର ୧୦ଟା ରାତିରେ ଚନ୍ଦ୍ରଶେଖରପୁର ଇମ୍ପୋସିସ୍ ରୋଡରେ ଥିବା ମନୋଜ ନନଭେଜ ଓ୍ବାର୍ଲଡ ମାଲିକ ମନୋଜ ସାହୁଙ୍କ ସହ ନିକଟରେ ଏକ ଢାବା ମାଲିକ ମାଧବ ବେହେରାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଉଭୟଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ।

ମନୋଜ ନନଭେଜ ଓ୍ବାର୍ଲଡ ନିକଟସ୍ଥ ଏକ ଢାବାକୁ ମନୋଜ ଟ୍ରନ୍ସଫର୍ମରରୁ ବିଦ୍ୟୁତ ସପ୍ଲାଇ ଦେଇଥିଲେ । ରବିବାର ସନ୍ଧ୍ୟାରେ ଏହି ଢାବାରେ ବିଦ୍ୟୁତ କଟି ଯିବାରୁ ଢାବା ମାଲିକ ମାଧବ, ମନୋଜକୁ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରଥମେ ହାତାହାତି, ପରେ ମାରଣାସ୍ତ୍ରରେ ମାଧବ ମନୋଜକୁ ଆକ୍ରମଣ କରିଥିଲେ । ଫଳରେ ମନୋଜ ମୁଣ୍ଡରେ ଆଘାତ ଲାଗିଥିବା ବେଳେ, ମାଧବ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଏବାବଦରେ ଇମ୍ଫୋସିଟି ଥାନାରେ ଉଭୟଙ୍କ ତରଫରୁ ସମାନ ଅଭିଯୋଗ କରାଯାଇଛି ।

   Related Posts