ସମାଧାନ ପାଇଁ ଆସିଥିବା ମଧ୍ୟସ୍ଥିଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗୁରୁତର
6/01/2021 at 3:08 PM

ଟାଙ୍ଗୀ ୬।୧: ଜମିବାଡି ବିବାଦକୁ ସମାଧାନ କରୁଥିବା ମଧ୍ୟସ୍ଥିକୁ ମରଣାନ୍ତକ ଆକ୍ରମଣ । ଫଳରେ ୨ ଜଣ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତରକିଆରୀ ଗାଁରେ ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଅନ୍ତରକିଆରୀ ଗାଁର ରବି ମାନସିଂ ଏବଂ ମୁରଲୀଧର ସାହୁ ମଧ୍ୟରେ ଦୀର୍ଘ ଦିନ ହେଲା ଜମି ବାଡି ବିବାଦ ଲାଗି ରହିଥିଲା । ସେହି ବିବାଦକୁ ସମାଧାନ କରିବାକୁ ମିଟୁ ଦାଶ ଏବଂ ଶରତ ବାଲିଆରସିଂ ଯାଇଥିଲେ । ସେହି ସମୟରେ ମୁରଲୀଧର ସାହୁଙ୍କ ସଂପର୍କୀୟମାନେ ଏକତ୍ରିତ ହୋଇ ୨ ଜଣ ମଧ୍ୟସ୍ଥିକୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ଗୁରୁତର ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକମାନେ ପ୍ରଥମେ ବାଣପୁର ମେଡିକାଲ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ
19 January 2021
ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
19 January 2021