ତପ୍ତପାଣି ଘାଟିରେ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ; ୨ଜଣ ଆହତ

Published By : Prameya-News7 Bureau | January 03, 2019 IST

ସାନଖେମୁଣ୍ଡି ୦୩|୦୧: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ସାଗୁଆନ ବୋଝେଇ ଟ୍ରକ୍ ଓଲଟି ୨ ଜଣ ଆହତ ହୋଇଛନ୍ତି । ଅନ୍ୟ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡିଛି । ଚନ୍ଦ୍ରଗିରି ବନଖଣ୍ଡ ଯୁବଗାଁ ଫରେଷ୍ଟ  ସର୍କଲ ବନ ବିଭାଗଠାରୁ ପରମିଟ୍ ନେଇ ଛତିଶଗଡ଼ ରାୟପୁର ଅଭିମୁଖେ ଯାଉଥିଲା ସଗୁଆନ ଟ୍ରକ୍। ଟ୍ରକର ବ୍ରେକ୍ ଫେଲ୍ ହେବାରୁ ତପ୍ତପାଣି ଘାଟି ନିକଟରେ ଭାରସାମ୍ୟ ହରାଇ ଘାଟି ତଳକୁ ଟ୍ରକ୍ ଖସିପଡିଥିଲା। ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଘଟଣା ଉପରେ ନଜର ରଖିଛି। ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.