ବୋରିଗୁମ୍ମା ପର୍ଲି ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ; ଦୁଇ ଜଣ ଗୁରୁତର
22/09/2018 at 11:49 AM

କୋରାପୁଟ ୨୨|୯: ଜୟପୁର ବୋରିଗୁମ୍ମା ପର୍ଲି ନିକଟରେ ଯାତ୍ରୀବାହୀ ବସ୍ ଓଲଟି ଦୁଇ ଜଣ ଆହତ ହୋଇଛନ୍ତି । ଆଜି ସକାଳୁ ଯାତ୍ରୀବାହୀ ବସ୍ ‘କାମଧେନୁ’ ବ୍ରହ୍ମପୁରରୁ ଉମରକୋଟ ଅଭିମୁଖେ ଯାଉଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପର୍ଲି ନିକଟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ସମସ୍ତ ଯାତ୍ରୀ। ଦୁଇ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା।ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମାରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Related Posts
ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
13 April 2021