ଦୋଳିରେ ବସି ନେଉଥିଲେ ସେଲ୍ଫି, ଦୋଳିରୁ ପଡି ଦୁଇ ଗୁରୁତର

Published By : Prameya-News7 Bureau | December 11, 2019 IST

ତରଭା ୧୧।୧୨: ଦୋଳିରେ ବସି ସେଲ୍ଫି ନେବାବେଳେ ଦୋଳିରୁ ପଡି ଦୁଇ ଜଣ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ଧନୁଯାତ୍ରାରେ ଘଟିଛି ଏଭଳି ଅଘଟଣ । ଗୁରୁତର ଦୁଇ ଜଣ ହେଲେ ଜଗା ବାରିକ ଏବଂ ମାଧ ଛତ୍ରିଆ । ଗୁରୁତର ଅବସ୍ଥାରେ ଜଗାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଓ ମାଧକୁ ଡୁଙ୍ଗୁରିପାଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ଧନୁଯାତ୍ରା ବୁଲିବାକୁ ଯାଇଥିବା ବେଳେ ଦୋଳିରେ ବସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.