ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

Published By : Prameya-News7 Bureau | December 17, 2020 IST

ନବରଙ୍ଗପୁର ୧୭।୧୨: ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅନ୍ତର୍ଗତ ଆଉଳିଗୁମ୍ମା ନିକଟରେ ଏକ ଘରୋଇ ବସ୍ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ବାଇକରେ ଥିବା ୩ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତରମାନେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ଲୋକିଗୁଡା ଗ୍ରାମର ପର୍ଶୁ ମୁଦୁଲି, ତିରୁ ମୁଦୁଲି ଓ ପରମା ମୁଦୁଲି ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ୩ ଜଣ ମିଶି କୌଣସି କାମରେ ଇନ୍ଦ୍ରାବତୀ ମାର୍କେଟକୁ ଯାଉଥିବା ସମୟରେ ବାଇକ୍ ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ଏକ ବସ୍ ଆଗରେ ପିଟି ହୋଇ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଖାତିଗୁଡ଼ା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ୩ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପଠାଇଥିଲେ ଏହାପରେ ଗୁରୁତରମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଖାତିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ ଓ ବାଇକକୁ ଖାତିଗୁଡା ଥାନାରେ ରଖି ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.