ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

Published By : Prameya-News7 Bureau | February 24, 2021 IST

ଚଣ୍ଡିଖୋଲ ୨୪।୨: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ସୁଭଦ୍ରାପୁର ନିକଟରେ ସଡକ ଦୁର୍ଘଟଣା । ଚଣ୍ଡିଖୋଲ ପଟୁ ଓଆର୦୪ଏନ୭୮୧୪ ନମ୍ବର ବିଶିଷ୍ଟ ଅଟୋ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକ୍ ଆସି ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ ଉଭୟ ବାଇକ୍ ଆରୋହୀ ଓ ଅଟୋ ଚାଳକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବଡଚଣା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.