ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର

Published By : Prameya-News7 Bureau | April 12, 2021 IST

ପାଟଣା ୧୨।୪: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପାଟଣା ଢେଙ୍କିକୋଟ ରାସ୍ତାର ମଙ୍ଗଳପୁର ବାଇପାସ୍ ନିକଟରେ ଥିବା ସ୍ବାମ୍ ବ୍ରିଜ୍ ତଳକୁ ବାଇକ୍ ଖସିପିଡ଼ିବାରୁ ବାଇକରେ ଥିବା ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ୧୦୮ କର୍ମଚାରୀ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଦୁଇ ବାଇକ୍ ଆରୋହୀ ହେଲେ ଏରେଣ୍ଡେଇ ଗ୍ରାମର ରବୀନ୍ଦ୍ର ମୁଣ୍ଡା ଓ କ୍ଷୀରୋଦ ନାଏକ ଉଭୟ ସାହାରପଡାରୁ ବାଇକ୍ ଯୋଗେ ନିଜ ଗାଁ ଏରେଣ୍ଡେଇ ଗ୍ରାମକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ଉଭୟ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.