Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ବ୍ରିଟେନ ସଂସଦରେ ବ୍ରିଟିଶ ଭାରତୀୟ, ଗୀତା ଧରି ନେଲେ ଶପଥ

18/12/2019 at 4:06 PM

ବ୍ରିଟେନ୧୮/୧୨: ହାତରେ ଭଗବତ ଗୀତା ଧରି ବ୍ରିଟେନ ସଂସଦରେ ଶପଥ ନେଲେ ଦୁଇଜଣ ଭାରତୀୟ।  ଆଲୋକ ଶର୍ମା ଓ ରିଶୀ ସନକ ଏହି ଦୁଇଜଣ ହାତରେ ଭଗବତ ଗୀତା ଧରି ଶପଥ ନେଇଛନ୍ତି। ଭାରତରେ ରହୁଥିବା ଲୋକମାନେ କେବଳ ଭଗବତ ଗୀତାକୁ ବିଶ୍ବାସ ଓ ସମ୍ମାନ କରନ୍ତି ତାହା ନୁହେଁ  ବିଦେଶରେ ରହୁଥିବା ସବୁ ଭାରତୀୟ ମଧ୍ୟ ଭଗବତ ଗୀତକୁ ସମ୍ମାନ ଓ ବିଶ୍ବାସ  କରନ୍ତି।  ଏହାର ଉଦାହରଣ ହେଉଛନ୍ତି ବ୍ରିଟେନର ସକ୍ରିୟ ରାଜନୀତିରେ ଅଂଶ କରିଥିବା ଆଲୋକ ଓ ରିଶୀ। ବ୍ରିଟିଶ୍‌ କ୍ୟାବିନେଟ ମନ୍ତ୍ରୀ ଆଲୋକ ଶର୍ମା ଓ ଟ୍ରେଜେରୀର ମୁଖ୍ୟ ସଚିବ ରିଶୀ ସନକ ହାତରେ ଗୀତ ଧରି ସଂସଦରେ ଶପଥ ଗ୍ରହଣ କରିଛନ୍ତି। ଦୁଇଜଣଙ୍କ ଏଭଳି କାର୍ଯ୍ୟ ଦେଖି ସଂସଦରେ ଉପସ୍ଥିତ ଥିବା ସବୁ ସଦସ୍ୟ ପ୍ରଂଶସା କରିଥିଲେ।

ସୂଚନାଯୋଗ୍ୟ ଯେ ଭାରତର ଆଗ୍ରା​‌ରେ ଜନ୍ମ ହୋଇଥିବା ୫୨ ବର୍ଷ ବୟସ୍କ ଆଲୋକ ଶର୍ମା ବିଟ୍ରେନ ରାଜନୀତିରେ ଚାରି ଚାରି ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ୩୯ ବର୍ଷ ବୟସ୍କ ସନକ ହେଉଛନ୍ତି ଇନ୍‌ଫୋସିସ୍‌ର ସଂସ୍ଥାପକ ଏନଆର ନାରାୟଣମୂର୍ତ୍ତିଙ୍କ ଜ୍ବାଇଁ। ସେ ମଧ୍ୟ ହାତରେ ଭଗବତ ଗୀତା ଧରି ବିଟ୍ରେନ ସଂସଦରେ ଶପଥ ଗ୍ରହଣ କରିଥିଲେ। ଏହି ଦୁଇଜଣ ହାତରେ ଗୀତା ଧରି କହିଥିଲେ ଯେ ସର୍ବଶକ୍ତିମାନ ଇଶ୍ବରଙ୍କୁ ସାକ୍ଷୀ ରଖି ମହାମହିମ ରାଣୀ ଏଲିଜାବେଥ ଓ ତାଙ୍କ ଉତ୍ତରାଧିକାରୀଙ୍କ ଅନୁସାରେ ବିଶ୍ବାସ ଓ ନିଷ୍ଠାରେ କାର୍ଯ୍ୟ କରିବେ। ବ୍ରିଟେନ ନିର୍ବାଚନରେ ହାଉସ୍ ଅଫ୍‌ କମନ୍‌ସରେ ପାଖାପାଖି ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ବୋରିସ୍‌ ଜାନସନ ସମେତ ଅନ୍ୟ ସଦସ୍ୟମାନେ ହାତରେ ବାଇବେଲ ଧରି ଶପଥ ଗ୍ରହଣ କରିଥିଲେ।

   Related Posts