ଦୁଇ ଭାରତୀୟ ସ୍କୁଲ ଛାତ୍ରୀ ଆବିଷ୍କାର କଲେ ନୂତନ କ୍ଷୁଦ୍ର ଗ୍ରହ, ମଙ୍ଗଳ ଗ୍ରହ ନିକଟରେ କରୁଛି ପରିକ୍ରମା

Published By : Prameya-News7 Bureau | July 28, 2020 IST

ନୂଆଦିଲ୍ଲୀ ୨୮।୦୯: ଗୁଜରାଟର ସୁରଟର ଦୁଇ ଛାତ୍ରୀଙ୍କ ଦ୍ଵାରା ଏକ ନୂତନ ପୃଥିବୀ ଆଧାରିତ କ୍ଷୁଦ୍ର ଗ୍ରହର ଆବିଷ୍କାର ହୋଇଛି। ସ୍ପେସ୍ ଇଣ୍ଡିଆ ଅନୁଯାୟୀ, ଯୁବତୀ ବିଶ୍ଵ ବିଦ୍ୟାଳୟର ହାଓ୍ଵାଇ ଟେଲିସ୍କୋପ ଜରିଆରେ ଏହି କ୍ଷୁଦ୍ରଗ୍ରହ ଆବିଷ୍କାର କରିଛନ୍ତି। ଦୁଇ ଛାତ୍ରୀଙ୍କ ନାମ ବୈଦେହି ଭେକାରିଆ(୧୪) ଓ ରାଧିକା ଲଖନି(୧୪)। ସ୍ପେସ୍ ଇଣ୍ଡିଆର ଏକ ଘରୋଇ ଅନ୍ତରୀକ୍ଷ ସଂସ୍ଥାରୁ ଉଭୟ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି।

ଉଭୟ ଯୁବତୀ ପାନ ଷ୍ଟାରଆରଏସ ଟେଲିସ୍କୋପ ଦ୍ଵାରା ଉତ୍ତୋଳିତ ଛବିର ବିଶ୍ଳେଷଣ ପାଇଁ ବିଶେଷ ସଫ୍ଟଓୟାରର ବ୍ୟବହାର  କରିଥିଲେ। ଜୁନ ମାସରେ ଏହି କ୍ଷୁଦ୍ର ଗ୍ରହ ଆବିଷ୍କାର ହୋଇଛି। ଏହି କ୍ଷୁଦ୍ରଗ୍ରହର ନାମ HLV2514। ଏହା ମଙ୍ଗଳ ଗ୍ରହ ନିକଟରେ ରହିଛି।  ନାସା ଦ୍ଵାରା ଏହାର କକ୍ଷ ଚିହ୍ନଟ ହେବା ପରେ କ୍ଷୁଦ୍ରଗ୍ରହର ଆନୁଷ୍ଠାନିକ ନାମ ଘୋଷଣା ହେବ ବୋଲି ସ୍ପେସ୍ ଇଣ୍ଡିଆର ମୁଖପାତ୍ର କହିଛନ୍ତି।

wp:html /wp:html

ବୈଦେହି ଭେକାରିୟା କହିଛନ୍ତି, ସେ ଆଗକୁ ଏହି କ୍ଷୁଦ୍ରଗ୍ରହର ନାମକରଣ କରିବାକୁ ସୁଯୋଗର ଅପେକ୍ଷାରେ ଅଛନ୍ତି। ସେ ଜଣେ ବୃତ୍ତିଗତ ଭାବରେ ଜଣେ ମହାକାଶଚାରୀ ହେବାକୁ ଚାହୁଁଛନ୍ତି। ଉଭୟ  ଯୁବତୀ କ୍ଷୁଦ୍ରଗ୍ରହ ଅନୁସନ୍ଧାନ ଅଭିଯାନରେ ଏକ ଅଂଶ ଥିଲେ। ନାସା ଅନୁବନ୍ଧିତ ବୈଜ୍ଞାନିକ ଗ୍ରୁପଙ୍କ ସହଯୋଗରେ ସ୍ପେସ୍ ଇଣ୍ଡିଆ ଅଭିଯାନର ସଞ୍ଚାଳନ କରୁଥିଲେ।

କ୍ଷୁଦ୍ର ଗ୍ରହ ଓ ଧୁମକେତୁ ପୃଥିବୀ ପାଇଁ ସବୁଠୁ  ବଡ ବିପଦ। ୨୦୧୩ରେ ଆଇଫିଲ ଟାଓ୍ଵାରଠୁ ବି ଅଧିକ ଓଜନର ଏକ କ୍ଷୁଦ୍ର ଗ୍ରହ ମଧ୍ୟ ରୁଷରେ ବିସ୍ଫୋରଣ ହୋଇଥିଲା। ଏହାର ଝଟକାରେ ୧୦୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ। ବିଗତ ବର୍ଷମାନଙ୍କରେ ବୈଜ୍ଞାନିକ ହଜାର ସଂଖ୍ୟକ କ୍ଷୁଦ୍ର ଗ୍ରହ ଓ ଧୁମକେତୁ ଆବିଷ୍କାର କରିଛନ୍ତି। ମାତ୍ର HLV2514 କ୍ଷୁଦ୍ର ଗ୍ରହଠୁ ପୃଥିବୀ ପାଇଁ କୌଣସି ବିପଦ ନାହିଁ। ଏହି କ୍ଷୁଦ୍ର ଗ୍ରହ ସଂପ୍ରତି ମଙ୍ଗଳ ଗ୍ରହ ନିକଟରେ ପରିକ୍ରମା କରୁଛି। ଏହାକୁ ପୃଥିବୀ କକ୍ଷ ଅତିକ୍ରମ ପାଇଁ ପ୍ରାୟ ଏକ ଲକ୍ଷ ବର୍ଷ ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.