Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଗୋଟିଏ ସ୍ତ୍ରୀ ଦୁଇ ଜଣ ସ୍ବାମୀ ,ସନ୍ତାନ ପାଇଁ କିପରି କରିଛନ୍ତି ବୁଝାମଣା

12/03/2020 at 2:51 PM

ଲାହୋର ୧୨/୩: ଜଣେ ସ୍ବାମୀଙ୍କ ପାଇଁ ଦୁଇଜଣ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ବିଷୟରେ ଆପଣ ଅଧିକାଂଶ ସମୟରେ ଶୁଣିଥିବେ। କିନ୍ତୁ ଏପରି ପ୍ରଥମ ଥର ଶୁଣିବାକୁ ମିଳୁଛି ଯେ ଜଣେ ସ୍ତ୍ରୀଙ୍କ ପାଇଁ ଦୁଇ ସ୍ବାମୀଙ୍କ ମଧ୍ୟରେ ବୁଝାମଣା ହୋଇଛି। ସ୍ତ୍ରୀଙ୍କୁ ପୂର୍ବତନ ସ୍ବାମୀଙ୍କ ପାଖକୁ ପଠାଇ ଦିଆଯାଇଥିଲା ଯାହା ଦ୍ବାରା ସେ ତାଙ୍କ ଛୁଆଙ୍କୁ ଭଲ ଭାବେ ଯତ୍ନ ନେଇ ପାରିବେ ଏବଂ ଗର୍ଭରେ ଥିବା ଶିଶୁର ସୁରକ୍ଷିତ ଭାବେ ଡେଲିଭରି କରାଇପାରିବେ।

ଏହି ଘଟଣାଟି ଘଟିଛି ପାକିସ୍ତାନର ଲାହୋର ସ୍ଥିତ ରାୟବିନ୍ଦ ଅଞ୍ଚଳର। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ସ୍ବାମୀଙ୍କ ପାଖକୁ ପଠାଇ ଦେଇଛନ୍ତି। ଯାହା ଫଳରେ ତାଙ୍କ ସ୍ତ୍ରୀ ସନ୍ତାନ ପ୍ରସବ କରି ପାରିବେ  ଏବଂ ଛୁଆର ଲାଳନପାଳନ ତାଙ୍କ ପୂର୍ବତନ ସ୍ବାମୀ କରିବେ।

ଦୁଇ ଜଣ ସ୍ବାମୀ ଏବିଷୟରେ ନିଜ ଲିଖିତ ବୟାନ ପୋଲିସ୍ ଥାନାରେ ମାମଲା ରୁଜୁ କରିଛନ୍ତି।

ମହିଳାଙ୍କ ବର୍ତ୍ତମାନ ସ୍ବାମୀ ଏହି ରାଜିନାମାରେ ଲେଖିଛନ୍ତି, ‘ତାଙ୍କ ସ୍ତ୍ରୀ ରୁବିନା ବିବିଙ୍କର ପୂର୍ବତନ ସ୍ବାମୀଙ୍କଠୁ ୪ଜଣ ପିଲା ଅଛନ୍ତି। ତାଙ୍କ ସ୍ତ୍ରୀ ପିଲାଙ୍କର ଠିକଭାବେ ଲାଳନପାଳନ ହେଉନାହିଁ ବୋଲି ସବୁବେଳେ ଚିନ୍ତିତ ରହୁଛନ୍ତି। ଏଥିପାଇଁ ସେ ତାଙ୍କ ପତ୍ନୀଙ୍କ ସହମତିରେ ତାଙ୍କୁ ତାଙ୍କ ପୂର୍ବତନ ସ୍ବାମୀଙ୍କ ପାଖକୁ ପଠାଇ ଦେଇଛନ୍ତି’।

ବର୍ତ୍ତମାନର ସ୍ବାମୀ କହିଛନ୍ତି ଯେ ତାଙ୍କ ପତ୍ନୀ ଏବେ ବି ଗର୍ଭବତୀ ଅଛନ୍ତି। ସେ କେବେବି ଆସି ତାଙ୍କ ପତ୍ନୀଙ୍କୁ ଭେଟି ପାରିବେ।

ପିଲା ହେବା ଯାଏଁ ରୁବିନା ତାଙ୍କ ପୂର୍ବତନ ସ୍ବାମୀଙ୍କ ପାଖରେ ରହିବେ। ସେ ତାଙ୍କ ପତ୍ନୀଙ୍କୁ ଦୁଃଖୀ ଦେଖିପାରିନଥିଲେ ବୋଲି ଏପରି ନିଷ୍ପତ୍ତି ନେଇଥିଲେ।

ଏଥିରେ ପୂର୍ବତନ ସ୍ବାମୀ କହିଛନ୍ତି ଯେ,‘ ସେ ରୁବିନା ଏବଂ ପିଲାଙ୍କ ପୂରା ଧ୍ୟାନ ରଖିବେ। ସବୁବେଳେ ଖୁସିରେ ରଖିବାକୁ ଉଦ୍ୟମ କରିବେ।’

   Related Posts