Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ଚିଲିକାରେ ପକ୍ଷୀ ଶିକାର ଅଭିଯୋଗରେ ୨ ଶିକାରୀ ଗିରଫ, ୨ ମୃତ ବିଦେଶୀ ପକ୍ଷୀ ଜବତ

28/01/2021 at 12:08 PM

ଟାଙ୍ଗୀ ୨୮।୧: ଚିଲିକାରେ ପକ୍ଷୀ ଶିକାର ଅଭିଯୋଗରେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ମୃତ ବିଦେଶୀ ପକ୍ଷୀ ଜବତ ହୋଇଛି ।

ଚିଲିକାରେ ପକ୍ଷୀ ସୁରକ୍ଷା ବଳୟକୁ ଭେଦକରି ୨ ଜଣ ଶିକାରୀ ଅତି ଚତୁରତାର ସହ ବିଦେଶୀ ପକ୍ଷୀଙ୍କୁ ଜାଲ ଓ ଫାଶ ସାହାଯ୍ୟରେ ଶିକାର କରି ନାଚୁଣୀ ନିକଟ ହରିପୁର ରାସ୍ତାରେ ଯାଉଥିବା ବେଳେ ପକ୍ଷୀ ସୁରକ୍ଷା ବାହିନୀ ଦ୍ବାରା ଧରାପଡିଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ମୃତ ବିଦେଶୀ ପକ୍ଷୀ ଜବତ ହୋଇଛି । ଗିରଫ ଶିକାରୀ ଦୁଇ ଜଣ ହେଲେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଞ୍ଚଳର ଇଚ୍ଛାପୁର ଗାଁର ରାଜେଶ ମହାରଣା ଏବଂ ସୁଜିତ ସ୍ଵାଇଁ । ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି । ପାଟ୍ରୋଲିଂ ବେଳେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଅତର୍କିତ ଚଢାଉ କରି ଧରପଗଡ କରିଛନ୍ତି ।

   Related Posts