ବାରହା ମାଂସ ସହ ଦୁଇ ଶିକାରୀ ଗିରଫ

Published By : Prameya-News7 Bureau | October 10, 2020 IST

କାମାକ୍ଷାନଗର ୧୦।୧୦: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କେଞ୍ଚୁଡି ଗ୍ରାମ ଜଙ୍ଗଲରେ ବାରହା ଶିକାର କରୁଥିବା ବେଳେ ଦୁଇ ଶିକାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଅଟକ ଶିକାରୀ ଓ ମାଂସକୁ ଗ୍ରାମବାସୀମାନେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଫଳରେ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରି ମାଂସକୁ ଜବତ କରିଛି ।

{"id":341832,"sizeSlug":"large"}

ଏହି ଅଞ୍ଚଳରେ ଅନେକ ସମୟରେ ବିଦ୍ୟୁତ ତାରରେ କରେଣ୍ଟ ଦ୍ବାରା ଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଥିଲା । ଯାହା ଫଳରେ ଗ୍ରାମବାସୀ ସଜାଗ ରହି ଶିକାରୀଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.