Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହଙ୍ଗା ପଡିଲା କୁଟୁରା ମାଂସ ଖାଇବା, ୨ ଶିକାରୀ ଗିରଫ

7/05/2020 at 6:20 PM

ଝାରସୁଗୁଡା, ୦୭|୦୫:    ମହଙ୍ଗା ପଡିଲା କୁଟୁରା ଶିକାର।ପାଟି ଚାଖଣା କରିବାକୁ ଯାଇ ଜେଲ ଗଲେ ୨ଜଣ ଶିକାରୀ । ତେବେ ଆହୁରି  ୫ ଜଣ ଶିକାରୀ ଫେରାର ହୋଇଛନ୍ତି।କୁଟୁରା ମାଂସ ଖାଇବାର ମାସକ ପରେ ବନ ବିଭାଗ ଜାଲରେ ପଡିଛନ୍ତି ୨ ଶିକାରୀ।

ଝାରସୁଗୁଡ଼ା ଜିଲା ବାଗଡ଼ିହି ରେଞ୍ଜରେ ରହିଥିବା ଜଙ୍ଗଲରେ ଗତ ଏପ୍ରିଲ ୪ ତାରିଖ ଦିନ ଏକ କୁଟୁରାକୁ ଦେଶୀ ବନ୍ଧୁକରେ ଶୀକାର କରି ୭ ଜଣ ଯୁବକ ଭାଗ କରି ନିଜ ନିଜ ଘରକୁ ନେଇଥିଲେ । ଘରେ ରାନ୍ଧିବା ସମୟରେ ବନବିଭାଗ ଖବର ପାଇ ସେମାନଙ୍କ ଘରେ ଚଢାଉ କରି କିଛି ରନ୍ଧା ମାଂସ ଜବତ କରିଥିଲା। ମାତ୍ର ଅଭିଯୁକ୍ତମାନେ ବନବିଭାଗର  ଚଢ଼ାଉ ଜାଣିବାରୁ ଫେରାର ହୋଇଯାଇଥିଲେ।

ଗତ କାଲି ୨ ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଥିବା ସହ ଶିକାରରେ ଵ୍ୟଵହୃତ ଦେଶୀ ବନ୍ଧୁକ ଜବତ କରିଥିବା ଜଣାଯାଇଛି।ସେପଟେ ଜେଲ ଯାଇଥିବା ଯୁବକ ମାନେ ହରିଣ ମାଂସ ଖାଇବାକୁ ଭଲ ଲାଗେ ବୋଲି କହିଛନ୍ତି।

   Related Posts