ଦୁଇ ବାରହା ଶିକାରୀଙ୍କୁ ଗିରଫ କଲା ପୋଲିସ, ବନ୍ଧୁକ ଜବତ
12/12/2020 at 2:57 PM

ଝାରସୁଗୁଡା ୧୨।୧୨: ପୋଲିସ ପାଟ୍ରୋଲିଂ ବେଳେ ବାରହା ଶିକାର ପାଇଁ ବାହାରିଥିବା ଦୁଇ ଯୁବକଙ୍କୁ ନିଜ କବଜାକୁ ଆଣିଲା ବଡମାଲ ପୋଲିସ । ଦୁଇ ଜଣ ଯୁବକ ଗୋଟିଏ ବୋଲେରୋରେ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ଅଧିକାରୀ ସନ୍ଦେହରେ ଗାଡିକୁ ଅଟକାଇଥିଲେ ।
ଗାଡି ଅଟକାଇବା ପରେ ସେଥିରେ ଥିବା ଦୁଇ ଯୁବକ ବେଦାନ୍ତ ବିସ୍ଥାପିତ କଲୋନୀର ଗଣେଶ ଓରାମ ଓ ରଞ୍ଜନ ଓରାମଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଲୁହା ଗୁଳି, ଲୁହାରଡ଼, ଗନ୍ ପାଉଡର ସହ ବୋଲେରୋ ଗାଡିକୁ ଜବତ କରିଛି । ଶନିବାର ଉଭୟ ଯୁବକଙ୍କୁ ବଡମାଲ ପୋଲିସ ଥାନାର କେଶ ନମ୍ବର ୨୧୬ ଅନୁସାରେ ଭାରତୀୟ ପିଙ୍ଗଳ କୋର୍ଡର ୨୫(୧)(କ)ଧାରାରେ ମୋକଦ୍ଦମା ରୁଜୁ କରିଛି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021