୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ

Published By : Prameya-News7 Bureau | November 24, 2020 IST

ଢ଼େଙ୍କାନାଳ୨୪/୧୧: ୨ ବାରହା ଶିକାରୀ ଗିରଫ।  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ଚିଲଦା ଗ୍ରାମ ନିକଟରେ ଶିକାର କରିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଦୁଇ ଶିକାରୀଙ୍କଠୁ ବାରାହା ମାଂସ ଜବତ କରିଛି ବନ ବିଭାଗ।

ମିଳିଥିବା ସୂଚନା ଅନୁସାରେ ସୋମବାର ରାତିରେ ଚିଲଦା ଗାଁର ଦୁଃଖବନ୍ଧୁ ପାତ୍ର ଓ ଖଜୁରିଆ ଗାଁର ପ୍ରଦୀପ ପାତ୍ର ବାରହା ଶିକାର କରି ମାଂସ ଭାଗବଣ୍ଟା କରୁଥିଲେl ବିଶେଷସୂତ୍ରରୁ ଖବର ପାଇଁ ପୂର୍ବାଞ୍ଚଳ ରେଞ୍ଜ ଅଫିସର ସତ୍ୟ ନାରାୟଣ ସାହୁଙ୍କ ସମେତ ବନ ବିଭାଗର କିଛି କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲା। ଜବତ ବାରହା  ମାଂସ ଓଜନ ୩୫ କେଜି ବୋଲି ଜଣାପଡିଛି । ଗିରଫ ଦୁଇ ଜଣଙ୍କୁ କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.