ଦୁଇ ଶିକାରୀ ଗିରଫ, ୨ଟି ହରିଣ ମୁଣ୍ଡ ଓ ଗୋଟିଏ ବାରହା ମୃତଦେହ ଉଦ୍ଧାର

Published By : Prameya-News7 Bureau | March 04, 2021 IST

ଢେଙ୍କାନାଳ ୪।୩: ଢେଙ୍କାନାଳ ବନଖଣ୍ଡରରେ ବାରମ୍ବାର ଚଢ଼ାଉ ସତ୍ତ୍ବେ ଥମୁନାହିଁ ବନ୍ୟଜନ୍ତୁ ଶିକାର । ଏପରିକି ଦୁଇଟି ହରିଣ ଓ ଗୋଟିଏ ବାରହାକୁ ଶିକାର କରି ଶିକାରୀମାନେ ମାଂସ କାଟି ବିକ୍ରି କରୁଥିବାବେଳେ ଷଢଙ୍ଗୀ ବନ କର୍ମଚାରୀମାନେ କାବୁ କରିଛନ୍ତି । ବନ କର୍ମଚାରୀମାନେ ୩ଟି ଦେଶୀ ବନ୍ଧୁକ ଜବତ କରିଥିବାବେଳେ ଦୁଇଟି ହରିଣ ମୁଣ୍ଡ ଓ ଗୋଟିଏ ବାରହାର ମୃତଦେହକୁ ଶିକାରୀଙ୍କ ପାଖରୁ ଉଦ୍ଧାର କରିଛନ୍ତି । ଅଭିଯୋଗରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ ।

ଗିରଫ ଶିକାରୀ ଦୁଇ ଜଣ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆପଶିର କ୍ଷେତ୍ରବାସୀ ପ୍ରଧାନ ଓ ନାଠୁଆ ଗ୍ରାମର ବରଜୁ ନାଏକ ବୋଲି ଜଣାପଡିଛି । ତେବେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଢେଙ୍କାନାଳ ବନଖଣ୍ଡର ଷଢଙ୍ଗୀ ବନାଞ୍ଚଳର ରୁପାବଳିଆ ସଂରକ୍ଷିତ ଜଙ୍ଗଲରୁ ଏହି ଜଙ୍ଗଲୀ ପ୍ରାଣୀମାନଙ୍କୁ ଶିକାର କରି ସେମାନଙ୍କ ମାଂସ କାଟି ବିକ୍ରି କରୁଥିବା ବେଳେ ଖବର ପାଇ ବନ କର୍ମଚାରୀମାନେ ଚଢ଼ାଉ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.