ଦୁଇ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଓ ବାଇକ୍ ଜବତ

Published By : Prameya-News7 Bureau | March 01, 2021 IST

ଚଣ୍ଡିଖୋଲ ୧।୩: କଟକ ବନଖଣ୍ଡ ଅଧୀନ ବୈରୀ ଡାଳିଯୋଡା ରେଞ୍ଜ ଅଧୀନ ମଙ୍ଗରାଜପୁର ଅଂଚଳରୁ ଦୁଇ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ କରାଯାଇଛି । ଦୁଇ ଜଣ ଶିକାରୀ ମଙ୍ଗରାଜପୁର ଅଂଚଳରେ ଜଙ୍ଗଲକୁ ଶିକାର ପାଇଁ ବାଇକରେ ଯାଉଥିବା ବେଳେ ବନ ବିଭାଗ ଅଧିକାରୀ ସେମାନଙ୍କ ପିଛା କରିଥିଲେ । ପରେ ସେମାନଙ୍କୁ କାବୁ କରି ନେଇଥିଲେ । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଓ ବାଇକ୍ ଜବତ କରିଛି ବନ ବିଭାଗ । ବୈରୀ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.