ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଦୁଇ ବଖରା, ଦୁଇଟି ଛେଳି ଜୀବନ୍ତ ଦଗ୍ଧ

Published By : Prameya-News7 Bureau | January 10, 2020 IST

ଜଗତସିଂହପୁର ୧୦।୧: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ସାଇଲୋ ପଞ୍ଚାୟତ ହିତରଣା ଗ୍ରାମରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଦିଲ୍ଲୀପ ସାହୁ ଓ ପ୍ରଦୀପ୍ତ ସାହୁଙ୍କ ଦୁଇ ବଖରା ଘର ସହ ଆସବାବପତ୍ର ପୋଡିଯିବା ସହ ଦୁଇଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। ସନ୍ଧ୍ୟା ସମୟରେ ଗୋରୁ ଗୁହାଳରେ ମଶା ଘଉଡାଇବା ପାଇଁ ଧୂଆଁ ଲଗାଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି।

{"id":209253,"sizeSlug":"large"}

ଖବରପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଦମକଳ ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡରେ ଚାଳଘରେ ମହଜୁଦ ଥିବା ଧାନ ଚାଉଳ ସମେତ ଆସବାବପତ୍ର ପୋଡି ଯାଇଥିବା ବେଳେ ଗୁହାଳରେ ଥିବା ଦୁଇଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ଜନସାଧାରଣ ଓ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡକୁ ଆୟତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.