୨୪ଘଣ୍ଟାରେ ବନ୍ଧା ହେଲେ୨ ହୋଟେଲ ମ୍ୟାନେଜର : ରୂପଜୀବୀଙ୍କୁ ରୁମ୍ ଦେଇ ନେଉଥିଲେ କମିଶନ

Published By : Prameya-News7 Bureau | December 14, 2019 IST

ବାଲେଶ୍ବର ୧୪।୧୨: ବାଲେଶ୍ବର ଜିଲ୍ଲା ତାଳସାରିରେ ଥିବା ଦୁଇ ହୋଟେଲ ମ୍ୟାନେଜରଙ୍କୁ ଗିରଫ କରାଯାଇଛି । ଖବର ପ୍ରସାରଣ ୨୪ଘଣ୍ଟା ମଧ୍ୟରେ ହୋଟେଲେ ସାଗର କନ୍ୟା ଓ ସାଗର ସୌକତର ଦୁଇ ମ୍ୟାନେଜରଙ୍କୁ ଗିରଫ କରିଛି ତାଳସାରୀ ପୋଲିସ । ଏହି ଦୁଇଜଣ ମ୍ୟାନେଜର ହୋଟେଲରେ ବଙ୍ଗୀୟ ଯୁବତୀଙ୍କୁ ରଖି ଚାଲିଥିଲା ସେକ୍ସ ରାକେଟ୍ ।

{"id":197609,"sizeSlug":"large"}

ସୂଚନାଯୋଗ୍ୟ ଯେ, ନ୍ୟୁଜ୍ ସେଭେନ୍ ଷ୍ଟିଙ୍ଗ ଅପରେସନରେ ଧରା ପଡିଥିଲା ହୋଟେଲର କଳା କାରନାମା । 'ଅପରେସନ୍-୧୫-୬୦-୩୬୦' ରେ ତାଳସାରୀର ହୋଟେଲରେ ଖୁଲମଖୁଲା ଚାଲିଥିବା ରୂପବେପାରର ଖୁଲାସା ହୋଇଥିଲା । ଏନେଇ ଖବର ପ୍ରସାରଣ ପରେ ଅଭିଯୋଗର ଛାନଭିନ୍ କରିଥିଲା ପୋଲିସ । ଗତକାଲି ପୋଲିସ ପକ୍ଷରୁ ମଧ୍ୟ କିଛି ହୋଟେଲରେ ରେଡ୍ କରାଯାଇଥିଲା । କୌଣସି ଆପତ୍ତିଜନକ ଦୃଶ୍ୟ ଦେଖିବାକୁ ମିଳିନଥିବା ପୋଲିସ କହିଥିଲା । ତେବେ ଖବର ପ୍ରସାରଣର ୨୪ଘଣ୍ଟା ମଧ୍ୟରେ ଆଉଥରେ ଚଢାଉ କରି ଦୁଇ ହୋଟେଲ ମ୍ୟାନେଜରଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.