କୋଭିଡ୍ ନିୟମ ଭଙ୍ଗ ଅଭିଯୋଗରେ ୨ ଘରୋଇ ହସ୍ପିଟାଲ ସିଲ୍

Published By : Prameya-News7 Bureau | July 14, 2020 IST

ଖୋର୍ଦ୍ଧା ୧୪।୦୭:  କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ଖୋର୍ଦ୍ଧାର ୨ଟି ଘରୋଇ ହସ୍ପିଟାଲ ସିଲ୍ କରାଯାଇଛି । ଖୋର୍ଦ୍ଧା ସହରରେ ଥିବା ଘରୋଇ ହସ୍ପିଟାଲରେ ଆଜି ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ନିୟମ ମାନୁନଥିବା ଅଭିଯୋଗରେ ୨ଟି ଘରୋଇ ହସ୍ପିଟାଲକୁ ସିଲ୍‌ କରାଯାଇଛି ।

{"id":300347,"sizeSlug":"large"}

ସୂଚନାଯୋଗ୍ୟ ଯେ, କୋଭିଡ ନିୟମ ଠିକ୍ ରୂପେ ପାଳନ ହେଉନଥିବା ଅଭିଯୋଗରେ ଖୋର୍ଦ୍ଧା ମେଡିକାଲ ଛକ ନିକଟରେ ଥିବା ନନ୍ଦିଘୋଷ ହସ୍ପିଟାଲକୁ ପ୍ରଶାସନ ୭ ଦିନ ପାଇଁ  ସିଲ୍ କରିବା ସହ 50 ହଜାର ଟଙ୍କା ଫାଇନ ପାଇଁ ନୋଟିସ ହୋଇଛି। ସେହିପରି ଅନ୍ୟ ଏକ ଜୀବନରେଖା ଅଲଟ୍ରା ସାଉଣ୍ଡ  କ୍ଲିନିକ୍‌କୁ ୭ ଦିନ ପାଇଁ  ପ୍ରଶାସନ ସିଲ୍ କରିଛି। ଚଢାଉରେ ଖୋର୍ଦ୍ଧା ଏଡିଏମଓ ରଘୁନାଥ  ନାୟକ , ଖୋର୍ଦ୍ଧା ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ ଓ ପୋଲିସ ପ୍ରଶାସନ ସାମିଲ ହୋଇଥିଲେ। ଚଢାଉ କରାଯାଇ ଏହି ଦୁଇଟି ଘରୋଇ ହସ୍ପିଟାଲକୁ ସିଲ୍‌ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.