ହକି ଇଣ୍ଡିଆର ଦୁଇ କର୍ମଚାରୀ କରୋନା ପଜିଟିଭ : ସବୁ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ପାଇଁ ଖେଳ ମହାସଂଘଙ୍କୁ ପରାମର୍ଶ ଦେଲେ ଭାରତୀୟ ଅଲମ୍ପିକ୍ ସଂଘ

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧।୦୫: ହକି ଇଣ୍ଡିଆର ଦୁଇ ଜଣ କର୍ମଚାରୀ କରୋନା ସଂକ୍ରମିତ । ଏହା ଜାଣିବା ପରେ ସମସ୍ତ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଉ । ଏନେଇ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ନରିନ୍ଦର ବତ୍ରା ସମସ୍ତ ଜାତୀୟ କ୍ରୀଡ଼ା ଫେଡେରେସନ୍ (NFS) ଏବଂ ଜାତୀୟ ଅଲିମ୍ପିକ୍ କମିଟି (ଏନଓସି) କୁ କୋଭିଡ -19 ପାଇଁ ସେମାନଙ୍କ କର୍ମଚାରୀଙ୍କୁ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

ହକି ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ୨୯ଜଣ କର୍ମଚାରୀଙ୍କ ଟେଷ୍ଟ କରିଥିଲା । ଏବଂ ସେମାନଙ୍କ ମଧ୍ୟରେ ଦୁଇ ଅଧିକାରୀ କରୋନା ପଜିଟିଭ୍‌ ବାହାରିଥିଲେ । ଏମାନଙ୍କ ମଧ୍ୟରେ ଜଣେକ ଆକାଉଣ୍ଟିଂ ବିଭାଗର କର୍ମଚାରୀ ଏବଂ  ଅନ୍ୟ ଜଣେ ଜୁନିୟର ଫିଲ୍ଡ ଅଫିସର ଅଛନ୍ତି | ଡାକ୍ତରୀ ଟିମ୍‌ଙ୍କ ତତ୍ତ୍ୱାବଧାନରେ ସେମାନଙ୍କୁ ରଖାଯାଇଛି ।  ଆଉ ଦୁଇ ଜଣ କର୍ମଚାରୀଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ  ଯାଞ୍ଚ କରାଯାଇ ନାହିଁ। ରବିବାର ଦିନ ସେମାନଙ୍କ ପରୀକ୍ଷା କରାଯିବ। ଯେଉଁ ଅଧିକାରୀ କୋଭିଡ ଟେଷ୍ଟରେ ନେଗେଟିଭ୍ ଆସିଛି | ସେମାନେ ଘରୁ ୧୪ ଦିନ କାମ କରିବେ | ହକି ଇଣ୍ଡିଆର ସଭାପତି ମୁଶତାକଙ୍କ ଅନୁଯାୟୀ ହକି ଇଣ୍ଡିଆର କାର୍ଯ୍ୟାଳୟ ୧୪ ଦିନ ପାଇଁ ବନ୍ଦ ରହିବ।

ବତ୍ରା କହିଛନ୍ତି ଯେ , ମୁଁ ସମସ୍ତ NOC SG, NFS ଏବଂ ରାଜ୍ୟ ଅଲିମ୍ପିକ୍ ସଂଘକୁ ଅନୁରୋଧ କରୁଛି ଯେ,  କର୍ମଚାରୀଙ୍କ କୋଭିଡ -୧୯ ଟେଷ୍ଟ କରାନ୍ତୁ। ବତ୍ରା ଆହୁରୀ ମଧ୍ୟ କହିଛନ୍ତି ଯେ,  ସେ ଫରିଦାବାଦ ଏବଂ ନୂଆଦିଲ୍ଲୀରେ ଥିବା ତାଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଟେଷ୍ଟ କରିଛନ୍ତି। ଜଣେ କର୍ମଚାରୀ ପଜିଟିଭ୍‌ ଥିବା  ଜଣାପଡିଛି। କୋଭିଡ୍‌ -୧୯ ଟେଷ୍ଟରେ ବତ୍ରାଙ୍କ ପିତା ମଧ୍ୟ କୋରାନା ପଜିଟିଭ୍‌ ଥିବା ଜଣାପଡିବା ପରେ ସେ ଏବେ ନିଜ ଘରେ ଆଇସୋଲେସନରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.