Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନନ୍ଦନକାନନ ଜଳହସ୍ତୀ ପରିବାରର ହେବ ବିଭାଜନ, ଦୁଇଟି ଯିବେ ଇନ୍ଦୋର… ଜାଣନ୍ତୁ କାହିଁକି

3/08/2019 at 1:07 PM

ବାରଙ୍ଗ ୩|୮: ନନ୍ଦନକାନନ ଖୁଆଡ ନଂ୬୩ରେ ରହୁଥିବା ଜଳହସ୍ତି ପରିବାର ଏବେ ବିଭାଜନ ଘଟିବାକୁ ଯାଉଛି  । ଇନ୍ଦୋର ଚିଡିଆଖାନାରୁ ଦୁଇଟି କୋକିଶିଆଳି ଓ ଧୁସର ଗଧିଆ ଆଣାଯିବ । ବଦଳରେ ସେଠାକୁ ଦୁଇଟି ଜଳହସ୍ତୀ ପଠାଯିବ ।ଏନେଇ ଶୁକ୍ରବାର ନନ୍ଦନକାନନର ଏକ ୫ଜଣିଆ ଟିମ ଇନ୍ଦୋର ଅଭିମୁଖେ ଯାତ୍ରା କରିଛନ୍ତି । 

ଗତ ୧୯୯୨ମସିହାରେ ପ୍ରଥମ କରି ଏକ ଯୋଡା ଜଳହସ୍ତୀ ନନ୍ଦନକାନନ ଅଣାଯାଇଥିଲା । ଏଠାରେ ଥିବାଏସିଆର ସର୍ବବୃହତ ଜଳହସ୍ତୀ ପୁଷ୍କରଣିରେ ଏହି ଦୁହିଁଙ୍କୁ ପର୍ଯ୍ୟଟକ ଦେଖିବା ନିମନ୍ତେ ଛଡା ଯାଇଥିଲା । ଏଠାକାର ଜଳବାୟୁ ଏମାନଙ୍କ ବଂଶ ବୃଦ୍ଧିକରିବାରେ ବେଶ ସହାୟକ ହୋଇଥିଲା । ଯାହାଫଳରେ ୨୦୧୦ ସୁଦ୍ଧା ଏମାନଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିଲା ।

ଗୋଟିଏ ବଂଶର ହୋଇ ବଂଶ ବିସ୍ତାର କରିବା ସ୍ବସ୍ଥଗତ ସମସ୍ୟା ସୃଷ୍ଟିହେବା ଆଶଙ୍କା ଥିବାରୁ ଏମାନଙ୍କୁ ବିଭିନ୍ନ ଚିଡିଆଖାନା ପଠାଇବା ପାଇଁ ଚିନ୍ତା କରାଗଲା । ୨୦୧୪ରେ ପାଟନା ଚିଡିଆଖାନା ଓ ୨୦୧୮ରେ ରାୟପୁର ଚିଡିଆଖାନାକୁ ପୃଥକ ପୃଥକ ଭାବେ ୬ଟି ଜଳହସ୍ତୀ ଦିଆଯାଇଛି । ଆସନ୍ତା ସପ୍ତାହରେ ଇନ୍ଦୋର ଚିଡିଆଖାନାରୁ କୋକିଶିଆଳୀ ଓ ଧୁସର ଗଧିଆ  ଅଣାଯାଇ ସେଠାକୁ ଦୁଇଟି ଜଳହସ୍ତୀ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । 

କାଞ୍ଜିଆହ୍ରଦ କଡରେ ଥିବା ବୃହତ ଖୁଆଡରେ ପ୍ରତିଦିନ ଜଳହସ୍ତୀଙ୍କ ଜଳକ୍ରିଡା ପର୍ଯ୍ୟଟକଙ୍କ ମନ ମୋହିଥାଏ । ପରିବାରରେ ବିଛେଦ କରି ଏମାନଙ୍କ ସଂଖ୍ୟା କମାଇବା ଯୋଜନାକୁ ପର୍ଯ୍ୟଟକ ସହଜରେ ଗ୍ରହଣ କରିପାରୁନାହାନ୍ତି । 

ଗୋଟିଏବଂଶର ମାତ୍ରାଧିକ ସଂଖ୍ୟାବୃଦ୍ଧି ପାଉଥିବାରୁ ଏମାନଙ୍କ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବାର ଆଶଙ୍କା ରହିଛି । ଏତେ ସଂଖ୍ୟକ ଜଳହସ୍ତୀଏଠାରେ ରଖିବା ନିରାପଦ ନଥିବାରୁଏମାନଙ୍କ ସଂଖ୍ୟା କମାଇବା ନିହାତି ଜରୁରୀ ବୋଲି ଉପ ନିର୍ଦ୍ଦେଶକ କହିଛନ୍ତି ।

   Related Posts