Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ହୃଦୟହୀନ ଦାତା : କରୋନା ସହାୟତା ପାଇଁ ଟଙ୍କାଏ ଲେଖାଏଁ ଦାନ କରିଛନ୍ତି ଦୁଇ ଓକିଲ

20/04/2020 at 2:28 PM

ଚେନ୍ନାଇ ୨୦।୦୪: ମାଡ୍ରାସ ହାଇକୋର୍ଟର ଦୁଇଜଣ ଓକିଲ ଲକ୍‌ଡାଉନ୍‌ ରିଲିଫ ପାଣ୍ଠିକୁ ୧ ଟଙ୍କା ଲେଖାଏଁ ଦାନ କରିଛନ୍ତି। ଆଉ ଦୁଇଜଣ ଓକିଲ ୧୦ ଟଙ୍କା ଦାନ କରିଛନ୍ତି । ତାମିଲନାଡୁ ଓ ପୁଡୁଚେରି ବାର୍‌ କାଉନସିଲ ସୃଷ୍ଟି କରିଥିବା ପାଣ୍ଠିକୁ ଏହି ଟଙ୍କା ଇ-ଟ୍ରାନ୍ସଫର୍‌ ଯୋଗେ ଆସିବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ଲକ୍‌ଡାଉନ୍‌ ଯୋଗୁ ସାଂଘାତିକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ସହାୟତା ପ୍ରଦାନ ଲାଗି ସରକାର ଜନତାଙ୍କୁ ଆହ୍ୱାନ ଦେଉଥିବା ବେଳେ ଏହି ଓକିଲମାନଙ୍କ ଏତାଦୃଶ ମନୋଭାବ ସରକାରଙ୍କ ମହତ୍‌ ଉଦ୍ୟମକୁ ପରିହାସ କରିଛି । ଏହି ୪ ଜଣ ଓକିଲଙ୍କ ଦ୍ୱାରା ଦିଆଯାଇଥିବା ଦାନାର୍ଥ ବାର୍‌ କାଉନସିଲ ବ୍ୟାଙ୍କ ଆକାଉଣ୍ଟକୁ ଇ-ସ୍ଥାନାନ୍ତର ହୋଇଛି । ତେବେ ଏହି ଓକିଲମାନଙ୍କର ଏହି ଦାନକୁ ମଧ୍ୟ କାଉନସିଲ ବେକାର ଯିବାକୁ ଦେବନାହିଁ । ବରଂ ସେମାନଙ୍କୁ ସେମାନଙ୍କ ଏଭଳି ଦାନ ପାଇଁ ପ୍ରଶଂସା ପତ୍ର ପ୍ରଦାନ କରିବ ବୋଲି ନିଷ୍ପତ୍ତି ନେଇଛି ।

କେନ୍ଦ୍ର ସରକାର ଜନସାଧାରଣ ଏବଂ ବିଭିନ୍ନ ସଂସ୍ଥାଙ୍କୁ ଆହ୍ୱାନ ଦେଇ ମୁକ୍ତ ହସ୍ତରେ ଦାନ କରିବାକୁ କହିଥିଲେ । ଏଥିପାଇଁ ପିଏମ୍‌ କେୟାର୍ସ ଫଣ୍ଡ ବି ଗଠନ କରାଯାଇଥିଲା । ଏହାପରେ ତାମିଲନାଡୁ ଓ ପୁଡୁଚେରି ବାର୍‌ କାଉନସିଲ ଏକ ସ୍ୱତନ୍ତ୍ର ଲକ୍‌ଡାଉନ୍‌ ସହାୟତା ପାଣ୍ଠି ଗଠନ କରିଥିଲା । ଏହାର ବିଭିନ୍ନ ସଦସ୍ୟଙ୍କୁ ଦାନ ପାଇଁ ଆହ୍ୱାନ ଦେଇଥିଲା । ଇତିମଧ୍ୟରେ ପାଣ୍ଠିକୁ ୬୦ ଲକ୍ଷ ଟଙ୍କା ଆସିଛି । କାଉନସିଲ ଦାନ କରିଥିବା ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଶଂସା ପତ୍ର ଦେଉଛି । ତେଣୁ ଏହି ‘ତାରକା’ ଦାତାଙ୍କୁ ମଧ୍ୟ ଏଭଳି ପ୍ରଶଂସା ପତ୍ର ଦିଆଯାଇ ସମ୍ମାନିତ କରାଯିବ । ଅନ୍ୟଙ୍କୁ ଦେବା ପାଇଁ ସେମାନଙ୍କ ମନରେ ଥିବା ଏଭଳି ଭାବକୁ ପରିପ୍ରକାଶ କରିବା ଲାଗି ସେମାନଙ୍କୁ ପ୍ରଶଂସା କରାଯିବ । ଖାଲି ସେତିକି ନୁହେଁ, କାଉନସିଲ ଏହାର ୱେବସାଇଟରେ ମଧ୍ୟ ସେମାନଙ୍କ ଦାନାର୍ଥ ଏବଂ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପ୍ରକାଶ କରିଛି ।

ଭାରତୀୟ ବାର୍‌ କାଉନସିଲ (ବିସିଆଇ)ର ଉପାଧ୍ୟକ୍ଷ ତଥା ବରିଷ୍ଠ ଓକିଲ ଏସ ପ୍ରଭାକରନ କହିଛନ୍ତି, ଏଭଳି ଭାବେ ଦାନ କରିଥିବା ସମସ୍ତ ୪ ଓକିଲଙ୍କୁ ଠାବ କରାଯାଇଛି । ସେମାନଙ୍କୁ ପ୍ରଶଂସା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବାର୍‌ କାଉନସିଲ ଆରମ୍ଭ କରିଥିବା ଏହି ପାଣ୍ଠିକୁ ପ୍ରଥମେ ବିଚାରପତି ଏସ ଏମ ସୁବ୍ରମଣ୍ୟମ ୨.୫ ଲକ୍ଷ ଟଙ୍କା ପ୍ରଦାନ କରି ଚର୍ଚ୍ଚାକୁ ଆସିଥିଲେ । ଅନ୍ୟ କେତେକ ଓକିଲ ମଧ୍ୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲେଖାଏଁ ଦାନ କରିଛନ୍ତି ।
ପାଣ୍ଠିକୁ ଏ ପର୍ଯ୍ୟନ୍ତ ୨୧୬ ଜଣ ବିଚାରପତି, ଓକିଲ ଏବଂ ନ୍ୟାୟିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀ ଦାନ କରିସାରିଲେଣି ।

ଏମାନଙ୍କ ମଧ୍ୟରୁ ଦୁଇଜଣ ଓକିଲ ଟଙ୍କାଏ ଲେଖାଏଁ ଦେଇଥିବା ବେଳେ ଆଉ ଦୁଇଜଣ ୧୦ ଟଙ୍କା ଲେଖାଏଁ ଦାନ କରିଛନ୍ତି । ଆଉ ଜଣେ ଲୋକ ୧୦୧ ଟଙ୍କା ଏବଂ ଅନ୍ୟ ଦୁଇଜଣ ୨୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ବାକି ଅନ୍ୟମାନେ ୫୦୦ ଟଙ୍କା ଏବଂ ତା’ଠାରୁ ଅଧିକ ଟଙ୍କା ଦେଇଥିବା ଜଣାପଡ଼ିଛି । ବାର୍‌ କାଉନସିଲ ସଦସ୍ୟ ଆର ସି ପଲ କାନାଗରାଜ କହିଛନ୍ତି, ଟଙ୍କାଏ ଲେଖାଏଁ ଦାନ କରି ଓକିଲଦ୍ୱୟ ସରକାରଙ୍କ ଉଦ୍ୟମକୁ ଉପହାସ କରିଛନ୍ତି । ସେ କହିଛନ୍ତି, ଦାନ କରିବାକୁ କାହା ଉପରେ ଚାପ ପକାଯାଇ ନାହିଁ । ଓକିଲମାନେ ସ୍ୱେଚ୍ଛାକୃତ ଭାବେ ଦାନ କରିପାରିବେ । ସମ୍ୱଳ ଅନୁସାରେ ସେମାନେ ଦାନ କରିପାରିବେ । କିନ୍ତୁ ଏତେ ନ୍ୟୂନ ପରିମାଣର ଦାନ କରି ସେମାନେ କରୋନା ବିରୋଧୀ ଲଢ଼େଇକୁ ତାଚ୍ଛଲ୍ୟ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ମୋଦି ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରିଛନ୍ତି । ସମଗ୍ର ଦେଶ ମେ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ । ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ଯୋଗୁ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ସହାୟତା ପ୍ରଦାନ ଲାଗି ପିଏମ କେୟାର୍ସ ପାଣ୍ଠି ଗଠନ କରାଯାଇଛି । ଏହି ପାଣ୍ଟିକୁ ଦେଶର ତମାମ କ୍ଷେତ୍ରର ଲୋକମାନେ ଦାନ କରିବାକୁ ଆଗେଇ ଆସିଛନ୍ତି । ଏମିତି କି କୋମଳମତି ପିଲାମାନେ ମଧ୍ୟ ସେମାନଙ୍କ ଘଡ଼ି ଭାଙ୍ଗି ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସହିଦ ହୋଇଥିବା ଜଣେ ଯବାନଙ୍କ ପôତୀ ତାଙ୍କ ସ୍ୱାମୀଙ୍କର ପ୍ରଥମ ପେନ୍‌ସନ ରାଶିକୁ ରିଲିଫ ପାଣ୍ଠିକୁ ଦାନ କରି ନିଜ ମହନୀୟତାର ପରିଚୟ ଦେଇଛନ୍ତି ।

   Related Posts