କଣ୍ଟେନର ଓ ପିକ୍‌ଅପ୍ ଭ୍ୟାନ୍‌ରେ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଅଟକ

Published By : Prameya-News7 Bureau | June 04, 2020 IST

ଲମତାପୁଟ ୪।୬: ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ହରିୟଣାକୁ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରାପଡିଛି ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ । ଦୁୁଇ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

{"id":280871,"sizeSlug":"large"}

ସୂଚନାଯୋଗ୍ୟ ଯେ, କଡ୍ରି ଗ୍ରାମ ଛକ ନିକଟରେ ଲମତାପୁଟ ପୋଲିସ ପାଟ୍ରୋଲିଂ କରିବା ସମୟରେ ଗାଡି ଯାଞ୍ଚ କରୁଥିଲା । ଏହି ସମୟରେ ଜଲାପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଏକ କେଣ୍ଟେନର ଏବଂ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ କେଣ୍ଟେନର ଡ୍ରାଇଭର ସିଟ୍ ପଛପଟେ ଥିବା ସ୍ଵତନ୍ତ୍ର ଚାମ୍ବର ଭିତରେ ଏବଂ ପିକଅପ ଭ୍ୟାନର ଡାଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । 

{"id":280872,"sizeSlug":"large"}

ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା କଣ୍ଟେନର ଏବଂ ପିକଅପ ଭ୍ୟାନ୍ ସହ ଦୁଇ ଜଣଙ୍କୁ  ଅଟକ ରଖିଛି ପୋଲିସ ।  ପ୍ରାୟ  ୫ କ୍ବିଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି ।

{"id":280873,"sizeSlug":"large"}

ଲକ୍ ଡାଉନ୍ କୋହୋଳ ହେବା ପରେ ଗଞ୍ଜେଇ ମାଫିଆ ସକ୍ରିୟ ହୋଇ ପଡିଛନ୍ତି । ବେଧଡକ ଗଞ୍ଜେଇ ଚୋରା ଚାଲାଣ ହେଉଛି । ବିଭିନ୍ନ ଉପାୟରେ ମାଫିଆମାନେ ଗଞ୍ଜେଇ ଚୋରାଚାଲଣ କରୁଥିବା ଦେଖିବାକୁ ମିଳୁଛି । ଗଞ୍ଜେଇ ମଫିଆଙ୍କୁ ନା ଲକ୍ ଡାଉନର ଭୟ ଅଛି ନା କରୋନା ମହାମାରୀର ଆତଙ୍କର ଭୟ ରହିଛି । ତଥାପି ଲମତାପୁଟ ପୋଲିସ ଗଞ୍ଜେଇ ମାଫିଆଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ନଜରକୁ ଆସିଛି । ଅଟକ ଯୁବକଙ୍କୁ ପଚରାଉଚରା ପରେ ସ୍ଥାନୀୟ ଅଞ୍ଚଳର ବଡ ବଡ ଗଞ୍ଜେଇ ମଫିଆଙ୍କ ନାମ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.