Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ତପସ୍ବିନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟଣା : ଦୁଇ ଜଣଙ୍କୁ ଅଟକ ରଖି ଆରପିଏଫର ପଚରାଉଚରା

23/03/2019 at 12:57 PM

ପୁରୀ ୨୩|୩ : ପୁରୀ ରେଲଓ୍ବେ ଷ୍ଟେସନରେ ତପସ୍ବିନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଅଟକ ଦୁଇ ଜଣଙ୍କୁ ଆରପିଏଫ୍ ପଚରାଉଚରା କରୁଛି ।

ଗତକାଲି ପୁରୀ ଷ୍ଟେସନର ୪ ନମ୍ବର ପ୍ଳାଟଫର୍ମରେ ସଫେଇ କାର୍ଯ୍ୟ ପାଇଁ ଛିଡ଼ା ହୋଇଥିବାବେଳେ ହାଟିଆ ତପସ୍ବିନୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ୩ଟି ବଗି ଜଳିଯାଇଥିଲା । ଟ୍ରେନ୍‌ର ୪ ନମ୍ବର କୋଚ୍‌ରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା ୩ ଓ ୫ ନମ୍ବର ସ୍ଲିପର କୋଚକୁ ବ୍ୟାପି ଯାଇଥିଲା । ଖବର ପାଇ ପ୍ରଥମେ ପୁରୀର ୩ଟି ଓ ପରେ ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲରୁ ଏପରି ମୋଟ୍‌ ୮ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ଏସ-୩, ଏସ-୪, ଏସ-୫ ବଗି ସଂପୂର୍ଣ୍ଣ ପୋଡିଯାଇଥିଲା । ଏଥିରେ ଥିବା ସମସ୍ତ ଜିନିଷ ବି ଭସ୍ମୀଭୂତ ହୋଇଥିଲା । ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ ସମଗ୍ର ଷ୍ଟେସନ୍‌ ଚାରିପାଖ ଅଞ୍ଚଳ ଧୁଆଁରେ ଭର୍ତ୍ତି ହୋଇଯାଇଥିଲା ।

ଅଗ୍ନିକାଣ୍ଡ ପରେ ଟ୍ରେନ୍‌ର ଅନ୍ୟ ସବୁ ବଗି ଗୁଡ଼ିକୁ ଅଲଗା କରି ଦିଆଯାଇଥିଲା। ତେଣୁ କୌଣସି ଯାତ୍ରୀ କିମ୍ବା ରେଳକର୍ମଚାରୀଙ୍କର କିଛି କ୍ଷତି ହୋଇନଥିଲା । କେଉଁ ପରିସ୍ଥିତିରେ ଟ୍ରେନରେ ନିଆଁ ଲାଗିଲା ପୋଲିସ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି । ସେହିଭଳି ପୂର୍ବତଟ ରେଲୱେ ପକ୍ଷରୁ ମଧ୍ୟ ବିଶେଷଜ୍ଞମାନଙ୍କୁ ନେଇ ତଦନ୍ତ କରୁଛନ୍ତି ।

୨୦୧୫ରେ ପୁରୀ ପ୍ଲାଟଫର୍ମରେ ଛିଡା ହୋଇଥିବା ୩ ଟି ଟ୍ରେନରେ ନିଆଁ ଲାଗିଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ସଂପୃକ୍ତି ଆଶଙ୍କା କରି ଏନଆଇଏ ଘଟଣାର ତଦନ୍ତ କରିଥିଲା । ବାରମ୍ବାର ଏପରି ଘଟୁଥିବାରୁ ଲୋକେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ।

   Related Posts