କୁକୁଡା ଫାର୍ମ ମାଲିକଙ୍କୁ ହତ୍ୟା, ଦୁଇ ଜଣଙ୍କୁ ଅଟକ ରଖିଲା ପୋଲିସ

Published By : Prameya-News7 Bureau | April 24, 2019 IST

ଟିଟିଲାଗଡ ୨୪|୪: ଟିଟିଲାଗଡରେ କୁକୁଡା ଫାର୍ମ ମାଲିକଙ୍କୁ ହତ୍ୟା କରାଯାଇଛି । ନିଜ ଫାର୍ମରେ ଶୋଇଥିବା ବେଳେ ମୁଣ୍ଡକୁ ପିଟି ପିଟି ହତ୍ୟା କରାଯାଇଛି । ସଇଁତଳା ଥାନା ଅନ୍ତର୍ଗତ ଝରବାହାଲି ଗାଁରେ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ଜଗଦୀଶ ମନହୀରା । ସେ ଟିକରାପଡା ମହାବିଦ୍ୟାଳୟର ପିଅନ ଭାବେ କାମ କରୁଥିଲେ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପହଞ୍ଚି ସଇଁତଳା ପୋଲିସର ତଦନ୍ତ କରୁଛି । ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.