ପରିବାରର ଜଣଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନାଗହଣା ଲୁଟିନେଲେ ଡକାୟତ, ଦୁଇ ଅଟକ

Published By : Prameya-News7 Bureau | January 12, 2021 IST

ଆଠଗଡ ୧୨।୧: ଆଠଗଡରେ ବୋମାମାଡ । ସୋମବାର ବିଳମ୍ବିତ ରାତିରେ ଡକାୟତମାନେ ଡକାୟତି ପାଇଁ ବୋମାମାଡ କରିଥିବା ଜଣାପଡିଛି । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ କାନପୁର ଥାନା ଅନ୍ତର୍ଗତ ହରିପୁର ଗାଁରେ ଏଭଳି ବୋମାମାଡ ହୋଇଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ହରିପୁର ଗାଁର ଅମୀୟ କୁମାର ପଣ୍ଡାଙ୍କ ପରିବାର ଏକ ଦଶାହ କାର୍ଯ୍ୟରେ ଯୋଗଦେଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ଘର ବାହାରେ ଏକ ବିସ୍ଫୋରଣ ଭଳି ଶବ୍ଦ ଶୁଣି ଅମୀୟ ବାହାରକୁ ଆସିବା ପରେ ସେହି ଗାଁର ୮ରୁ ୧୦ଜଣ ଲୋକ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ । ପରିବାର ସଦସ୍ୟଙ୍କୁ ବାହାରକୁ ଆଣି ସେମାନଙ୍କଠାରୁ ସୁନା ଗହଣା ଲୁଟି ନେଇଥିବା କାନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । କାନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.