Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଏବେବି ରହସ୍ୟ ଘେରରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ଘଟଣା, ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

12/11/2020 at 10:53 AM

ବଲାଙ୍ଗିର ୧୨।୧୧: ବଲାଙ୍ଗୀର ପାଟଣାଗଡ ସଅଁରାପଡାରେ ଗୋଟିଏ ପରିବାରର ୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ଗାଁରେ ପହଞ୍ଚିଛନ୍ତି ବୁଲୁ ଜାନିଙ୍କ ତିନି ପୁଅ ।

ସୂଚନାଯୋଗ୍ୟ ଯେ, ଛତିଶଗଡରୁ ଆସି ପାଟଣାଗଡରେ ରହୁଥିଲେ ବୁଲୁ ଜାନି ଓ ତାଙ୍କ ପରିବାର । ମହୁ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ବୁଲୁ ଜାନି ଓ ତାଙ୍କ ପତ୍ନୀ ଜ୍ୟୋତିଙ୍କ ସହ ୧୨ ବର୍ଷର ଝିଅ ସରିତା, ୫ ବର୍ଷର ପୁଅ ଭୀଷ୍ମ, ୩ ବର୍ଷର ଝିଅ ଶ୍ରୀୟା ଏବଂ ୨ ବର୍ଷର ପୁଅ ସଞ୍ଜୀବଙ୍କୁ ମଙ୍ଗଳବାର ରାତିରେ କେହି ନିର୍ମମ ହତ୍ୟା କରିଛି ।

ବୁଧବାର ସକାଳୁ ପ୍ରାୟ ୧୦ଟା ପର୍ଯ୍ୟନ୍ତ ବୁଲୁ ଜାନିଙ୍କ ଘର କବାଟ ନଖୋଲିବାରୁ ପାଖ ପଡୋଶୀଙ୍କ ସନ୍ଦେହ ବଢିଥିଲା । ସେମାନେ ଘରର ଝରକା ବାଟେ କମ୍ବଳ ଘୋଡା ଅବସ୍ଥାରେ ଏଣେ ତେଣେ ମୃତଦେହ ପଡିଥିବା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଲାଙ୍ଗିର ଏସପିଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିବା ବେଳେ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

   Related Posts