ସମୁଦ୍ର ଶାମୁକା ବେଆଇନ ଭାବେ ଚାଲାଣ ବେଳେ ଜବତ, ଦୁଇଟି ବସ୍ ଜବତ ସହ ୫ ଅଟକ

Published By : Prameya-News7 Bureau | November 15, 2019 IST

ସୋର ୧୫।୧୧: ବେଆଇନ ସମୁଦ୍ର ଶାମୁକା ଚାଲାଣ ବେଳେ ଧରାପଡିଛି । ଦୁଇଟି ବସ୍ ଜବତ ହୋଇଥିବା ବେଳେ ୫ ଜଣ ଅଟକ ଅଛନ୍ତି । ବେଆଇନ ସମୁଦ୍ର ଶାମୁକା ଚାଲାଣ ହେଉଥିବା ସୂଚନା ପାଇ ପୋଲିସ ଚଢାଉ କରିଥିଲା ।  ଧାମରାରୁ କଲିକତା ଚୋରା ଚାଲାଣ ହେଉଥିବା ଶାମୁକା  ଓ  ଦୁଇ ବସ୍ ‘ନିଗମ’ ଓ ‘ବାବାମଣି’କୁ ଖନ୍ତାପଡ଼ା ପୋଲିସ ୧୬ ନମ୍ବର ଜାତୀୟ ରାଜପଥରେ ଖନ୍ତାପଡାଠାରେ ଜବତ କରିଛି ।

{"id":184661,"sizeSlug":"large"}

ସାମୁକା ଚାଲାଣ ଅଭିଯୋଗରେ ୫ଜଣଙ୍କୁ  ଅଟକ ରଖିଛି ପୋଲିସ । ମାରାରୁ ପ୍ରତ୍ୟହ କଲିକତାକୁ ଯାଉଥିବା ବସରେ ସମୁଦ୍ରରୁ ଧରାଯାଉଥିବା ମୂଲ୍ୟବାନ କଙ୍କଡା, ସାମୁକା, ଚିଙ୍ଗୁଡି, ସାମୁଦ୍ରିକ ଜୀବ ଚାଲାଣ ହେଉଥିବାର ପୋଲିସକୁ ସୂଚନା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.