ବାପାଙ୍କ ନାଁରେ ଖୋଲିଥିଲେ ଫେକ୍ ଆକାଉଣ୍ଟ, ପୋଷ୍ଟ କରୁଥିଲେ ଝିଅର ଅଶ୍ଳୀଳ ଫଟୋ : ୨ ଯୁବକକୁ ଉଠାଇନେଲା ପୋଲିସ

Published By : Prameya-News7 Bureau | September 06, 2021 IST

ପାଟଣା ୬।୯: ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲିବା ପଡିଲା ମହଙ୍ଗା । କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ବାପାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ନାବାଳିକାଙ୍କୁ ଅଶ୍ଳୀଳ ମେସେଜ କରୁଥିଲେ । ଏହାସହ ନାବାଳିକାଙ୍କ ଫଟୋକୁ ବିକୃତ କରି ଫେକ୍ ଆକାଉଣ୍ଟରେ ଫଟୋ ପୋଷ୍ଟ କରୁଥିଲେ । ଏମିତିକି ନାବାଳିକାଙ୍କୁ ଫୋନ୍ କରି ବାରମ୍ବାର ମାନସିକ ନିର୍ଯାତନା ଦେଇଥିବା  ଅଭିଯୋଗ ହୋଇଥିଲା ।

ଅଭିଯୋଗରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଜନଗର ଗ୍ରାମର ଦୁଇ ଯୁବକଙ୍କୁ ଉଠାଇ ନେଇଛି କେନ୍ଦ୍ରାପଡା ପୋଲିସ ।  ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଗତ ୩ ତାରିଖରେ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତର ଭାବେ ନେଇ କେନ୍ଦ୍ରାପଡା ଟାଉନ ଥାନାର ଆଆଇସି ସୁମନ୍ତ କିଷାନଙ୍କ ନେତୃତ୍ବରେ ଏକ ଟିମ୍ ତୁରୁମୁଙ୍ଗା ପୋଲିସ ସହାୟତାରେ ରାଜନଗର ଗ୍ରାମରେ ଚଢ଼ାଉ କରି ଦୁଇ ଯୁବକଙ୍କୁ ଉଠାଇ ନେଇଛି । ଦୁଇ ଯୁବକ ହେଉଛନ୍ତି  ରାଜନଗର ଗ୍ରାମର ବସନ୍ତ ମାଟିଆ ଓ ଚନ୍ଦନ ମାଟିଆ ଉଭୟଙ୍କ ପାଖରୁ ପୋଲିସ ୩ଟି ମୋବାଇଲ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.