Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରି ଦୁଇ ଜଣ ଅଟକ

ଡେଲାଙ୍ଗ ୨୪|୪: ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରି ଦୁଇ ଜଣ ଅଟକ । ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରକେଶପୁର ଗାଁରେ ଏଭଳି ଘଟଣା ଘଟିଛି । ଗତକାଲି ବଳଭଦ୍ର ନୋଡାଲ ୟୁପି ସ୍କୁଲରେ ଭୋଟିଂ ଚାଲିଥିବା ବେଳେ ଦୁଇ ଜଣ ପଶି ପ୍ରିଜାଇଡିଙ୍ଗ୍  ଅଫିସର ଶିବରାମ ମହାପାତ୍ରଙ୍କୁ ମାଡ଼ ମାରିବା ସହିତ ଭୋଟରମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ।

ଏହା ସହିତ ଇଭିଏମ୍  ଭାଙ୍ଗି ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ସେମାନଙ୍କୁ କାବୁ କରି  ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଘଟଣା ବିଷୟରେ ଜାଣିବା ପରେ ପୁରୀ ଏସପି ସଂପୃକ୍ତ ବୁଥକୁ ଯାଇ ଘଟଣାକୁ ଆୟତ୍ତ କରିଥିଲେ । ଏନେଇ ଶିବରାମ ମହାପାତ୍ର ଗଡ଼ିଶାଗୋଦା ଥାନାରେ ଅଭିଯୋଗ କରିଛନ୍ତି ।

241 Views

   ସମ୍ବନ୍ଧିତ ଖବର