ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIକୁ ଗୁପ୍ତ ତଥ୍ୟ ଦେଉଥିଲେ ଅବସରପ୍ରାପ୍ତ ଭାରତୀୟ ଜବାନ, ସହଯୋଗ କରୁଥିଲେ ଆଉ ଜଣେ ଯୁବକ : କାବୁ କଲା ଆଣ୍ଟି ଟେରରିଷ୍ଟ୍ ସ୍କ୍ବାଡ୍

Published By : Prameya-News7 Bureau | January 08, 2021 IST

wp:heading {"level":5}
ଲକ୍ଷ୍ନୌ ୦୮/୦୧ : ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI)କୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ହାପୁରରୁ ଜଣେ ଅବସରପ୍ରାପ୍ତ ଯବାନ ଏବଂ ଅନ୍ୟଜଣଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ଆଣ୍ଟି ଟେରରିଷ୍ଟ୍ ସ୍କ୍ବାଡ୍ । ଭାରତୀୟ ସେନାରେ ପୂର୍ବରୁ ସିଗନାଲ ମ୍ୟାନ୍‌ ଭାବେ କାର୍ଯ୍ୟକରି ନିକଟରେ ଅବସର ନେଇଥିବା ସୌରଭ ଶର୍ମା ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।
/wp:heading wp:heading {"level":5}
ଅନ୍ୟ ଜଣେ ଆନସ୍‌ ଗିଟେଲି ନାମକ ଜଣେ ବ୍ୟକ୍ତିକୁ ଗୋଧ୍ରାରୁ ଗିରଫ କରାଯାଇଛି । ପୋଲିସ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଅଭିଯୁକ୍ତ ସୌରଭ ଶର୍ମାକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ସହ ୮ ଦିନିଆ ରିମାଣ୍ଡରେ ଅଣାଯାଇଛି । ଏହା ସହ ଅନ୍ୟଜଣେ ଅଭିଯୁକ୍ତକୁ ଗିଟେଲିକୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ତେବେ ଉଭୟଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ ଏବଂ ଅଫିସିଆଲ ସିକ୍ରେଟ୍ ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିବା ପୋଲିସ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ।
/wp:heading wp:heading {"level":5}
ଆଣ୍ଟି ଟେରରିଷ୍ଟ୍ ସ୍କ୍ବାଡ୍ ଆଇଜି ଜିକେ ଗୋସ୍ବାମୀ କହିଛନ୍ତି, ଅଭିଯୁକ୍ତ ସୌରଭ ଶର୍ମାଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ସେ ଜଣେ ମହିଳା ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍‌ଙ୍କ ସହ ସମ୍ପର୍କରେ ଥିଲେ । ଅନ୍ୟ ପଟେ  ଗିରଫ ହୋଇଥିବା ଆନସ୍‌ ଗିଟେଲି ରିତିମତ ଭାବେ ସୌରଭ ଶର୍ମାର ଆକାଉଣ୍ଟରେ ଟଙ୍କା ଜମା କରୁଥିଲା ।
/wp:heading wp:heading {"level":5}
ସୌରଭ ଶର୍ମାକୁ ଗତ ଜୁନ୍‌ ୨୦୨୦ରେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେନାରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । କାର୍ଯ୍ୟରତ ଥିବା ବେଳେ ମଧ୍ୟ ସେନାର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା ଯେଉଁଥି ପାଇଁକି ତାକୁ ସେନାରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.