Saturday, January 18, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୋମୁଣ୍ଡିଆ ସାପ କ୍ଷୀର ପିଇଲା, କିନ୍ତୁ ଅଘଟଣ ଆଶଙ୍କାରେ ଜଙ୍ଗଲ ବିଭାଗକୁ ଧରାଇଦେଲେନି ଗାଁଲୋକେ

କୋଲକାତା ୧୧।୧୨: ଦୋମୁଣ୍ଡିଆ ସାପ । ଏପରି ଦୁଇଟି ମୁଣ୍ଡ ଥିବା ସାପଟିଏ ପଶ୍ଚିମବଙ୍ଗ ବେଲଡା ପଞ୍ଚାୟତର ଏକରୁଁଖୀ ଗାଁରେ ଦେଖିବାକୁ ମିଳିଛି । କେବଳ ଦେଖିବାକୁ ମିଳିନି ଲୋକେ ତାକୁ କ୍ଷୀର ପିଆଇଛନ୍ତି । ପୂଜା କରିଛନ୍ତି । କିନ୍ତୁ ଜଙ୍ଗଲ ବିଭାଗ କର୍ମଚାରୀ ଆସିବା ପୂର୍ବରୁ ସାପଟିକୁ ଜଙ୍ଗଲ ଭିତରେ ଛାଡିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସାଧାରଣତଃ ଦୁଇଟି ମୁଣ୍ଡ ଥିବା ସାପ ବହୁତ କମ ଦେଖିବାକୁ ମିଳିଥାଏ କିନ୍ତୁ ଏକରୁଁଖୀ ଗାଁର ଲୋକେ ଦୁଇଟି ମୁଣ୍ଡ ଥିବା ସାପକୁ ଦେଖି କ୍ଷୀର ପିଇବାକୁ ଦେଇଥିଲେ ।  ଦୁଇ ମୁଣ୍ଡିଆ ସାପକୁ ଦେଖିବାକୁ ଆଖପାଖ ଗାଁର ଲୋକମାନେ ଏବେ ଭିଡ ଜମାଇଛନ୍ତି । ସାପ ପାଇଁ ଲୋକ ସାଙ୍ଗରେ କ୍ଷୀର ନେଇ ଆସୁଥିବାର ଜଣାପଡିଛି । ତେବେ ସାପଟି କେଉଁ ପ୍ରଜାତିର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ତେବେ ଗାଁର ଜଣେ ବ୍ୟକ୍ତି ସାପଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ , ପରେ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗ୍ରାମବାସୀମାନେ ଧାର୍ମିକ ଭାବନ ଦେଖାଇ କୌଣସି ଅଘଟଣ ଆଶଙ୍କା କରି ସାପଟିକୁ ବନବିଭାଗ ଆସିବା ପୂର୍ବରୁ ଜଙ୍ଗଲକୁ ଛାଡିଦେଇଥିବା ଜଣାପିଡିଛି । ଦୋମୁଣ୍ଡିଆ ସାପକୁ ଖୋଜିବା ପାଇଁ ବନ ବିଭାଗ ପକ୍ଷରୁ ଛାନଭିନ ଜାରି ରହିଛି।

219 Views

   ସମ୍ବନ୍ଧିତ ଖବର


Loading...