ପାହାଡ ଉପରେ ଯୁବକ-ଯୁବତୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା !

Published By : Prameya-News7 Bureau | January 25, 2020 IST

ମୋହନା ୨୫।୦୧: ପାହାଡରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।  ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଖମାରସାହି ଗାଁ ନିକଟରେ ଥିବା ପାହାଡରୁ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ତେବେ ଏହା ଏକ ଜଙ୍ଗଲ ରାସ୍ତା ହୋଇଥିବାରୁ ଶବ ମେଡିକାଲକୁ ଆଣିବାରେ କଠିନ ପରିଶ୍ରମ କରିବାକୁ ପଡୁଛି ।

{"id":215858,"sizeSlug":"large"}

ସୂଚନାନୁସାରେ  ଜଙ୍ଗଲରୁ ଉଦ୍ଧାର ହୋଇଥିବା ଦୁଇଟି ମୃତଦେହ ପ୍ରାୟ ପଚି ଯାଇଥିବା ଦେଖିବାକୁ ମିଳିଛି । ମୃତଦେହ ମିଳିଥିବା ସ୍ଥାନରୁ ଏକ କୀଟନାଶକ ବୋତଲ ମଧ୍ୟ ମିଳିଛି ।  ତେବେ କେଉଁ ପରିସ୍ଥିତିରେ ଓ କଣ ପାଇଁ ଯୁବକ-ଯୁବତୀ ଆତ୍ମହତ୍ୟା କରିଛନ୍ତି , ନା କିଏ ହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି ।

{"id":215859,"sizeSlug":"large"}

ସେହିପରି ବର୍ତ୍ତମାନ ସୁଦ୍ଧା ମୃତକ ଉଭୟଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରୁ  ଅଧିକ ତଥ୍ୟ ସଂଗ୍ରହ ପାଇଁ ଛାନ୍‌ଭିନ୍‌ ଜାରି ରଖିଛି ।  ତେବେ ଘଟଣାରେ ଅଧିକ ତଦନ୍ତ ପାଇଁ ଦରକାର ପଡିଲେ ସାଇଣ୍ଟିଫିକ ଟିମ୍‌ ସହଯୋଗ ନିଆଯାଇପାରେ ବୋଲି ସୂଚନା ମିଳିଛି ।

{"id":215860,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.