ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | January 02, 2020 IST

କଣ୍ଟାବାଞ୍ଜି ୨।୧: ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟ ପ୍ରେମୀ ଯୁଗଳ ବୋଲି ସନ୍ଦେହ କରାଯାଉଛି । କଣ୍ଟାବାଞ୍ଝି ତୁରେକେଲା ଥାନା ଭରୁଆକାନି ଗାଁ ନିକଟ ଜଙ୍ଗଲରୁ ମିଳିଛି ମୃତଦେହ । ମୃତକ ହେଲେ ଭରୁଆକାନିର ସୁଶାନ୍ତ ମିର୍ଧା, ସେବତୀ ହଂସ ।

{"id":205660,"sizeSlug":"large"}

ତେବେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପହଂଚି ତୁରେକେଲା ପୋଲିସର ତଦନ୍ତ ଆରମ୍ଭ କରିଛି । ପ୍ରେମରେ ବିଫଳ ହେବାଯୋଗୁଁ ଆତ୍ମହତ୍ୟା କରିଛନ୍ତି ନା କିଏ ହତ୍ୟା କରି ଗଛରେ ଟାଙ୍ଗି ଦେଇଛି ତାହା ତଦନ୍ତ ପରେ ହିଁ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.