ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | October 06, 2020 IST

କଳାହାଣ୍ଡି ୬।୧୦: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ପଲମ ଫାଣ୍ଡି ଅନ୍ତର୍ଗତ ସାଲେଭଟା ଗ୍ରାମ୍ୟ ଜଙ୍ଗଲରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ସାଲେଭଟା ଗାଁର ବିବାହିତା ବବି ପରାଭୋଇ ଓ ସିଲେଟପଡା ଗାଁର ଲିଙ୍ଗ ମାଝୀ ।

ପୋଲିସ ଉଭୟଙ୍କ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।  ଗତ ଶନିବାରଠାରୁ ବବି ପରାଭୋଇ ନିଖୋଜ ଥିବା ସ୍ବାମୀ ପଲମ ଫାଣ୍ଡିରେ ଏତଲା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.