ପୋଲିସ ଗୁଳିରେ ୨ ଅପରାଧୀ ଗୁରୁତର, ହତ୍ୟାକାଣ୍ଡରେ ଥିଲେ ଅଭିଯୁକ୍ତ

Published By : Prameya-News7 Bureau | October 14, 2021 IST

ରାଉରକେଲା ୧୪।୧୦: ରାଉରକେଲା ବିଶ୍ରା ଛକ ନିକଟରେ ପୋଲିସର ଏନ୍‌କାଉଣ୍ଟର । ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର  । ଏହି ଏନ୍‌କାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏନ୍‌କାଉଣ୍ଟରରେ ଗୁରୁତର ହୋଇଥିବା ୨ ଅପରାଧୀ ହେଉଛନ୍ତି- ମୁସତାକ ଆଲମ, ଏମ୍‌ଡି ଗୁଡୁ ବୋଲି ଜଣାପଡିଛି ।

{"id":526852,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରାଉରକେଲା ବିଶ୍ରା ଛକ ନିକଟରେ ୨ଜଣ ଅପରାଧୀଙ୍କୁ ଘେରିଯାଇଥିଲେ ପୋଲିସ । କିନ୍ତୁ ପୋଲିସ ଘେରିବା ଦେଖି ଆକ୍ରମଣ କରିବାକୁ ଲାଗିଥିଲେ । ଏହାର ଦୃଢ ଜବାବ ଦେଇଥିଲା ପୋଲିସ । କିଛି ସମୟ ଧରି ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଥିଲେ । ଶେଷରେ ପୋଲିସ ଗୁଳିରେ  ୨ ଅପରାଧୀ ମୁସତାକ ଆଲମ ଓ ଏମ୍‌ଡି ଗୁଡୁ ଗୁରୁତର ହୋଇଛନ୍ତି ।

{"id":526853,"sizeSlug":"full","linkDestination":"none"}

ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ପ୍ଲାଣ୍ଟ ସାଇଡ ଥାନା ରେଲୱେ କଲୋନୀ ରିମଝିମ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ଏହି ୨ ଅପରାଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.