Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଟ୍ରାକ୍ଟର-କାର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

30/11/2021 at 1:48 PM

ବିନିକା ୩୦।୧୧: ବାଲି ବୋଝେଇ ଟ୍ରାକ୍ଟର ସହ କାର୍‌ ଧକ୍କା । ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ଉପରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ବିନିକାରୁ ଉଲୁଣ୍ଡା ପଟକୁ ଆସୁଥିବା ଏକ ବାଲି ବୋଜେଇ ଟ୍ରାକ୍ଟର ସହ ଉଲୁଣ୍ଡା  ପଟୁ ବିନିକା ଆସୁଥିବା କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । କାରରେ ଥିବା ଦୁଇ ଯୁବକ ବରଗଡ଼ ଜିଲ୍ଲାର ଶଙ୍ଖାକାରି ସାହୁ ଓ କୈଳାସ ସାହୁ ବୋଲି ଜଣାପଡିଛି l ବିନିକା ଡାକ୍ତରଖାନାରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି l

   Related Posts