Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ତାଜ ହୋଟେଲକୁ ପଶିବେ ୨ ବନ୍ଧୁକଧାରୀ, ଚାରିଆଡେ ଚହଳ ପଡିଗଲା, ଫୋନ୍ କରି ପୋଲିସର ନିଦ ହଜାଇ ଦେଲେ ନବମ ଶ୍ରେଣୀ ଛାତ୍ର

26/06/2021 at 9:32 PM

ମୁମ୍ବଇ ୨୬।୦୬ : ହୋଟେଲ୍‌ର ପଛ ଦ୍ଵାରରେ ପଶିବେ ଦୁଇ ଜଣ ମାସ୍କ ପିନ୍ଧା ବନ୍ଧୁକଧାରୀ। ପୁଣି ଥରେ ଆତଙ୍କୀ ଆକ୍ରମଣର ପୁନରାବୃତ୍ତି ଘଟିବ। ତାଜ ହୋଟେଲ୍‌ର ରିସେପସନକୁ କଲ୍ କରି ଜଣେ ଅଜ୍ଞାତ ବ୍ୟକ୍ତି ଏହାର ସୂଚନା ଦେଲେ। ବାସ୍ ଏତିକିରେ ହୋଟେଲ୍‌ରେ ଚହଳ ପଡି ଯାଇଥିଲା। ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଗଲା। ପ୍ରବେଶ ଦ୍ଵାର ଏବଂ ପ୍ରସ୍ଥାନରେ ଯାଞ୍ଚ କଡାକଡି କରାଗଲା। ସ୍ଥାନୀୟ ପୋଲିସକୁ ସୂଚନା ଦିଆଗଲା। ଏହି ଘଟଣା କିଛି ସମୟ ପାଇଁ ପୋଲିସର ନିଦ ହଜାଇ ଦେଲା।

ପୁରା ହୋଟେଲ୍‌ରେ ଆଲର୍ଟ ଜାରି କରାଗଲା। ତନ୍ନ ତନ୍ନ କରି ଯାଞ୍ଚ କରାଗଲା। ଏମିତି ଘଣ୍ଟାଏ ଧରି ଚାଲିଲା। ହେଲେ କିଛି ଜଣା ପଡିଲା ନାହିଁ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁମ୍ବଇ ସାଇବର ସେଲ୍ ଓ କ୍ରାଇମ ବ୍ରାଞ୍ଚ ଟିମ୍ ତୁରନ୍ତ  ତଦନ୍ତ ଆରମ୍ଭ କରି ଦେଇଥିଲେ। ହେଲେ କିଛି ସମୟ ପରେ ଜଣା ପଡିଲା ଯେ, ଏହା ଏକ ଫେକ୍  କଲ୍ ଥିଲା। ସେ ପୁଣି ଜଣେ ୧୪ ବର୍ଷର ବାଳକ ଅର୍ଥାତ ନବମ ଶ୍ରେଣୀରେ ପଢୁଥିବା ପିଲାର ପ୍ରାଙ୍କ କଲ୍ ଥିଲା। ପିଲାଟିର ମଜାଳିଆ କଲ୍‌ କିଛି ସମୟ ପାଇଁ ପୋଲିସର ନିଦ  ହଜାଇ ଦେଇଥିଲା।

ଏହି ଘଟଣା ଶନିବାର ଅପରାହ୍ନ ପ୍ରାୟ ୩ଟା ୩୦ରେ ଘଟିଥିଲା। ପୋଲିସ ଘଣ୍ଟାଏ ମାମଲାର ଯାଞ୍ଚ କରିବା ପରେ ବାପା ଓ ପୁଅକୁ ଧରି ନେଇଥିଲାୱ ଯାଞ୍ଚରୁ ଜଣା ପଡିଥିଲା ଯେ, ବାଳକ ମହାରାଷ୍ଟ୍ରର  କରାଡର ବାସିନ୍ଦା। ବର୍ତ୍ତମାନ ପୋଲିସ ନାବାଳକ ଏବଂ ତା ବାପାଙ୍କୁ ପଚରା ଉଚୁରା କରୁଛି। ପୁଅର ଏହି ଚଗଲାମି କାମ ବିଷୟରେ ଜାଣିନଥିବା ବାପା କହିଛନ୍ତି। ନାବାଳକ ଏମିତି କରିବା ପଛରେ କୌଣସି କାରଣ ମଧ୍ୟ ସାମ୍ନାକୁ ଆସି ପାରି ନାହିଁ।

   Related Posts