STF ପଞ୍ଝାରେ ବନ୍ଧୁକ ବେପାରୀ : ୨ ଗିରଫ, ୯ଟି ହାତ ତିଆରି ବନ୍ଧୁକ ଜବତ

Published By : Prameya-News7 Bureau | September 24, 2021 IST

ଭୁବନେଶ୍ବର ୨୪।୯: ପୁଣି ଧରାପଡିଲେ ବନ୍ଧୁକ ବେପାରୀ । କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ପଡିଛନ୍ତି ୨ ବନ୍ଧୁକ ବେପାରୀ । ସେମାନଙ୍କ ନିକଟରୁ ୯ଟି ହାତ ତିଆରି ବନ୍ଧୁକ ଜବତ ହୋଇଛି । ଢେଙ୍କାନାଳ ଭାପୁର ଛକରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ଏସଟିଏଫ । ୨ ବନ୍ଧୁକ ବେପାରୀ ହେଲେ କଟକ ଖୁଣ୍ଟୁଣୀର କାଳନ୍ଦୀ ନାୟକ ଏବଂ ଢେଙ୍କାନାଳ ବାଲିଆମ୍ବର ଶ୍ୟାମସୁନ୍ଦର ସିଠା । ଉଭୟଙ୍କୁ ଗିରଫ କରିବା ପରେ ସେମାନଙ୍କ ଲିଙ୍କ୍ ନେଇ ଖୋଳତାଡ କରୁଛି ଏସଟିଏଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.