ଘର ସଜାଡି ପାରୁନି କଂଗ୍ରେସ : ଗୁଜୁରାଟରେ ପୁଣି ଝଟ୍‌କା , ରାଜ୍ୟସଭା ଭୋଟ୍‌ ପୂର୍ବରୁ ୨ବିଧାୟକଙ୍କ ଇସ୍ତଫା

Published By : Prameya-News7 Bureau | June 04, 2020 IST

ଅହମ୍ମଦାବାଦ ୦୪।୦୬: ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଲାଣି । କିନ୍ତୁ ଏଭଳି ସ୍ଥିତିରେ କଂଗ୍ରେସକୁ ଏକ ଝଟ୍‌କା ଲାଗିଛି । ଗୁରୁବାର ଦିନ କଂଗ୍ରେସରୁ ଦୁଇ ଜଣ ବିଧାୟକ ଇସ୍ତଫା ଦେଇଥିବା ବେଳେ ଆଉ ଜଣେ ବିଧାୟକ ଇସ୍ତଫା ଦେବାର ଆଶଙ୍କ ଦେଖାଦେଇଛି । ଜୁନ୍‌ ମାସ ୧୯ତାରିଖରେ ୪ସିଟ୍‌ ପାଇଁ ନିର୍ବାଚନ ହେବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, କରଜନ ସିଟ୍‌ର ବିଧାୟକ ଅକ୍ଷର ପଟେଲ୍‌ ଇସ୍ତଫା ଦେଇଦେଇଛନ୍ତି । ସେହିପରି କପରାଡାରୁ ବିଧାୟକ ଥିବା ଜିତୁ ଚୌଧୁରୀ ପାର୍ଟି ସହିତ ସଂପର୍କରେ ନାହାନ୍ତି । ପାର୍ଟି ସୂଚନାନୁସାରେ ସେ ଇସ୍ତଫା ଦେଇଦେଇଛନ୍ତି ବୋଲି ଜଣାପଡିଛି । ସେହିପରି ଆଉ ଜଣେ ବିଧାୟକ ଇସ୍ତାଫା ଦେବା ନେଇ ଚର୍ଚ୍ଚା ହେଉଛି । ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିର ଜଣେ ନେତାଙ୍କ ଅନୁଯାୟୀ, ଯଦି ବିଜେପି ଅନ୍ୟ ରାଜ୍ୟରେ ଏପରି କରିପାରୁଛି , ତେବେ ଗୁଜୁରାଟ ତ ତାଙ୍କ ଘରୋଇ ରାଜ୍ୟ ।  

ରାଜ୍ୟସଭା ନିର୍ବାଚନର ସମୀକରଣ-

ଚଳିତ ବର୍ଷ ଗୁଜୁରାଟରେ ରାଜ୍ୟସଭାର ୪ଟି ସିଟ୍‌ ଖାଲି ରହିଛି । ଖାଲି ଥିବା ଆସନରେ ଆସନ୍ତା ୧୯ତାରିଖରେ ନିର୍ବାଚନ ହେବାକୁ ଯାଉଛି । ତେବେ ଗୁଜୁରାଟ ବିଧାନସଭାରେ ବିଜେପିର ୧୦୩ ବିଧାୟକ ରହିଛନ୍ତି । କଂଗ୍ରେସର ୬୮ ବିଧାୟକ, ଭାରତୀୟ ଟ୍ରାଇବଲ୍‌ ପାର୍ଟି (ବିଟିପି)ର ୨ ଜଣ ଓ ଏନ୍‌ସିପିର ଜଣେ ବିଧାୟକ ରହିଛନ୍ତି । ରାଜ୍ୟସଭାର ଗୋଟିଏ ସିଟ୍‌ ବିଜୟୀ ପାଇଁ ୩୫.୦୧ ଭୋଟ ଆବଶ୍ୟକ ପଡିବେ ।

 ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଓ ବିଟିପିର ୨ ବିଧାୟକ ଓ ଜଣେ ସ୍ୱାଧୀନଙ୍କୁ ମିଶାଇ ମୋଟ ସଂଖ୍ୟା ୭୧ରେ ପହିଞ୍ଚିଥିଲା ବୋଲି ସୂଚନା ରହିଛି । ତେବେ ଏହିପରି ଭାବରେ  ରାଜ୍ୟସଭାର ୨ଟି ସିଟ୍‌ ବିଜୟ ନିଶ୍ଚିତ ବୋଲି ଆଶା କରାଯାଉଛି ।  ଅନ୍ୟପଟେ ବିଜେପି ୩ଟି ରାଜ୍ୟସଭା ଆସନ ଜିତିବା ପାଇଁ ୧୦୬ ବିଧାୟକଙ୍କ ଆବଶ୍ୟକ ପଡିବ ।  କହିବାକୁ ଗଲେ ବିଜେପିକୁ ୩ଟି ରାଜ୍ୟସଭା ଆସନ ବିଜୟୀ ପାଇଁ ଆଉ ୩ଟି ଭୋଟର ଆବଶ୍ୟକତା ରହିଛି । ତେବେ ଦେଖାଯାଉ ରାଜ୍ୟସଭାର ଗଣିତ ଆଗକୁ କିଭଳି ଫଳାଫଳ ଦେଉଛି । ତାହା ଦେଖିବାକୁ ରହିଲା । ତେବେ ଆଗକୁ ନିର୍ବାଚନ କିନ୍ତୁ ଏଭଳି ସ୍ଥିତିରେ ନିଜ ଘର ସଜାଡିବାରେ ବିଫଳ ହେଉଛି ଦେଶରେ ସବୁଠାରୁ ସର୍ବପୁରାତନ ପାର୍ଟି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.