ଜମିବାଡି ବିବାଦ ନେଇ ଗୋଷ୍ଠୀ ସଂଘର୍ଷ, ୮ଜଣ ଆହତ

Published By : Prameya-News7 Bureau | July 21, 2020 IST

ମାଲକାନଗିରି ୨୧।୦୭: ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି l ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MPV-81 ଗାଁରେ l ପ୍ରାୟ ତିନି ଘଣ୍ଟା ଧରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହେବା ପରେ ଟାଙ୍ଗିଆ ଏବଂ ଦାଆ ସହ ହଣା କଟା ହେବାର ଦେଖିବାକୁ ମିଳିଥିଲା ।

{"id":303482,"sizeSlug":"large"}

ସୂଚନାଯୋଗ୍ୟ ଯେ, କୋଇକୋଣ୍ଡା ଗ୍ରାମର ସାରିୟମ ସୁବା ପ୍ରାୟ ୪୦ ବର୍ଷ ପୂର୍ବେ ଜଙ୍ଗଲ ଜମି ସଫା କରି ସେହି ସ୍ଥାନରେ ଚାଷ କରୁଥିଲେ ଏବଂ ପରେ MPV -81 ର ବାସୁଦେବ ମଲ୍ଲୀ ସେହି ଜାଗାରେ ଗଛ ଲଗେଇବା ପାଇଁ ସେହି ଜମିକୁ ମାଡିବସିଥିଲା l ଯାହା ଫଳରେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଦେଖିବାକୁ ମିଳିଥିଲା l କିଛି ସମୟ ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହାଁ ହୋଇଥିଲା ।

{"id":303483,"sizeSlug":"large"}

ଯାହାଫଳରେ କି ଟାଙ୍ଗିଆ ଏବଂ ଦାଆ ସହ ହଣାକଟା ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ଖବର ପାଇ ମୋଟୁ  ଥାନା ପୋଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରୁ  ୮ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୋଷ୍ଠୀ ସଂଘର୍ଷରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ପୁରୁଷ ଏବଂ ମହିଳା ରହିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ  ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":303484,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.