ଗଣେଶ ମୂର୍ତ୍ତି ବିସର୍ଜନକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ

Published By : Prameya-News7 Bureau | September 17, 2018 IST

କଟକ ୧୭|୯: ଗଣେଶ ମୂର୍ତ୍ତି ବିସର୍ଜନକୁ କେନ୍ଦ୍ରକରି କଟକ ଜିଲ୍ଲା ଟାଙ୍ଗୀ ଥାନା ଗୋବିନ୍ଦପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ୨ ମହିଳାଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୫ ଜଣ ଚିକିତ୍ସିତ ହୋଇ ଫେରିଥିବା ବେଳେ ଏବେ ଟାଙ୍ଗୀ ହସ୍ପିଟାଲରେ ଆଉ ୪ ଜଣଙ୍କ ଚିକିତ୍ସା ଚାଲିଛି । ଚାପା ଉତ୍ତେଜନା ଲାଗି ରହିଥିବାରୁ ଗୋବିନ୍ଦପୁର ଗାଁରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରବିବାର ରାତିରେ ଗୋବିନ୍ଦପୁର ଗାଁ ମଝି ସାହିର ଝିଅ ବୋହୁ ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ଗୋକୁଳପୁର କଂସାରୀ ସାହିର ଯୁବକ ସେହି ରାସ୍ତା ଦେଇ ଗଣେଶ ବିସର୍ଜନ ପାଇଁ ଯାଉଥିଲେ। ଝିଅ ବୋହୁଙ୍କୁ ଦେଖି ଉଦଣ୍ଡ ନାଚ ନାଚିବା ସହ ଅଶ୍ଳୀଳ କଥାବାର୍ତ୍ତା କରିଥିଲେ । ଯାହାକୁ ବିରୋଧ କରିଥିଲେ ମଝିସାହିର ଲୋକେ । ଏହାକୁ ନେଇ ପ୍ରଥମେ ବଚସା, ପରେ କଂସାରୀ ସାହିର ଯୁବକ ମଝିସାହି ଲୋକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମଝିସାହିର ୯ ଜଣ ଆହତ ହୋଇଛନ୍ତି । ୧୩ ଜଣ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.