Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କମେଣ୍ଟ ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ବଜାରରେ ପୋଲିସ ମୁତୟନ

26/09/2020 at 9:56 PM

ଭଦ୍ରକ ୨୬।୦୯:  କମେଣ୍ଟ ମରାକୁ ନେଇ ଉତ୍ତେଜନା, ବଜାର ମଧ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଲା ଖଣ୍ଡ ଯୁଦ୍ଧ । କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ  ମଧ୍ୟରେ ସଂଘର୍ଷ ସୂଚନା ମିଳିଛି । ଉଭୟ ପକ୍ଷରୁ କିଛି ବ୍ୟକ୍ତି ଆହତ ହୋଇଥିବା ବେଳେ, ଏନେଇ ଥାନା ରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି ।

ଭଦ୍ରକ ଜିଲ୍ଲା ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି କୁ ନିୟନ୍ତ୍ରଣ କରିବା ସହ ତଦନ୍ତ  ଆରମ୍ଭ କରିଛି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧୂଷୁରୀ ଅଞ୍ଚଳର ଛାତ୍ରୀ  ମାନେ କମ୍ପ୍ୟୁଟର କ୍ଲାସ କରି ନିଜ ଗାଁ କୁ ଫେରୁଥିଲେ । ସେହି ସମୟ ରେ ଯୁବକ ମାନେ ଛାତ୍ରୀ ମାନଙ୍କୁ କମେଣ୍ଟ ମାରିଥିଲେ । ଏନେଇ ଛାତ୍ରୀ ମାନେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ । ପରେ ଧୂଷୁରୀ ବଜାରରେ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ମାଡ଼ ପିଟ ଗଣ୍ଡଗୋଳ ଲାଗିଥିଲା । ଏଥିରେ ଉଭୟ ଗୋଷ୍ଠୀ ର କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।  ପରେ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କୁ ଆଣିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି ।

ଉଭୟ ପକ୍ଷ ତରଫରୁ ଏତଲା ଦିଆଯିବା ପରେ ମାମଲା ରୁଜୁ ହୋଇଥିବା ନେଇ ଧୂସୁରି ଥାନା ଅଧିକାରୀ ପ୍ରଫୁଲ୍ଲ ସିଂ ସୂଚନା ଦେଇଛନ୍ତି । ପରିସ୍ଥିତି କୁ ନଜର ରେ ରଖି ଧୂସୁରି ବଜାର ରେ ପୋଲିସ ମୁତୟନ ରହିଛନ୍ତି ।

   Related Posts