ସୀମା ବିବାଦକୁ ନେଇ ଆସାମ-ମିଜୋରାମରେ ହିଂସାକାଣ୍ଡ : ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଲେ ଆସାମ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 19, 2020 IST

କଛାର ୧୯/୧୦: ଆସାମ ଓ ମିଜୋରାମର ସୀମାନ୍ତ ଲୋକଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ମିଜୋରାମର କୋଲାସିବ ଓ ଆସାମର କଛାର ଅଂଚଳରେ ହିଂସା ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି । ଏବେ ସାମୀରେ ପରିସ୍ଥିତ ନିୟନ୍ତ୍ରଣାଧିନ  ରହିଛି । ଏବାବଦରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟକୁ ସୂଚନା ଦେଇଛନ୍ତି ।

 ଆଜି ଉଭୟ ରାଜ୍ୟ ସହିତ ବୈଠକ ବସିବ । ଏହି ବୈଠକରେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଉପସ୍ଥିତ ରହିବେ । ଅଧିକାରୀଙ୍କ ଅନୁସାରେ ହିଂସା ପ୍ରଭାବିତ ଅଂଚଳ ମିଜୋରାମର ବୈରେଙ୍ଗତେ ଗାଁ ନିକଟରେ ଏବଂ ଆସାମର ଲୈଲାପୁରରେ ସିଆରପିଏଫ ସହିତ ଅନ୍ୟ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

 ମିଜୋରାମର କୋଲାସିବ ଜିଲ୍ଲାର ବୈରେଙ୍ଗତେ ଗାଁ ରାଜ୍ୟର ଉତ୍ତରରେ ଅବସ୍ଥିତ । ଏହି ଗାଁ ଦେଇ ୩୦୬ ନମ୍ବର ଜାତୀୟ ରାଜପଥ ଯାଇଛି । ସେହିଭଳି ଆସାମାର କଛାର ଜିଲ୍ଲାର ଲୈଲାପୁର ହେଉଛି ଏହାର ନିକଟତର । ଶନିବାର ସନ୍ଧ୍ୟାରେ ଠେଙ୍ଗାବାଡ଼ି ନେଇ ଆସାମର କିଛି ଲୋକ ସୀମାବର୍ତ୍ତୀ ଗାଁର ବାହାରେ ଥିବା ଅଟୋ ରିକ୍ସା ଷ୍ଟାଣ୍ଡ ନିକଟରେ କଥିତ ଭାବେ ପଥରମାଡ଼ କରିଥିଲେ । ଜାତୀୟ ରାଜପଥ କଡ଼ରେ ଥିବା ୨୦ଟି ଅସ୍ଥାୟୀ ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.