ଜଣେ କନିଆ ଘରେ ବରଯାତ୍ରୀ ନେଇ ପହଞ୍ଚିଗଲେ ଦୁଇ ଦୁଇ ଜଣ ବର, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ : ତାପରେ ହେଲା ଏମିତି...

Published By : Prameya-News7 Bureau | May 18, 2021 IST

କନୌଜ ୧୮।୫: ଜଣେ କନିଆକୁ ଦୁଇ ଜଣ ବର । ଜଣେ କନିଆକୁ ବିବାହ କରିବାକୁ କନ୍ୟା ଘରେ ପହଞ୍ଚିଗଲେ ଦୁଇ ଦୁଇ ଜଣ ବର । ସମସ୍ତେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ । ଉତ୍ତରପ୍ରଦେଶ କନୌଜରେ ଘଟିଛି ଏଭଳି ଘଟଣା । ବିବାହ ମଣ୍ଡପରେ ଦୁଇ ଦୁଇ ଜଣ ବରଙ୍କୁ ଦେଖି ପରିବାରଲୋକଙ୍କର ଭାଳେନି ପଡିଗଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ବିବାହ ମଣ୍ଡପରେ ପହଞ୍ଚିଥିବା ଦୁଇ ଜଣ ବର ମଧ୍ୟରୁ ଜଣେ ଥିବା କନିଆଙ୍କ ପ୍ରେମିକ ଏବଂ ଅନ୍ୟ ଜଣଙ୍କୁ ଘରଲୋକ ପସନ୍ଦ କରିଥିଲେ ।

କନୌଜ କକଲାପୁର ଗାଁରେ ସୌରିଖ ଥାନା ଅଞ୍ଚଳର ବର ବରଯାତ୍ରୀ ସହ ବିବାହ କରିବା ଲାଗି ପହଞ୍ଚିଥିଲେ । ବରକୁ ସ୍ବାଗତ କରିବା ଲାଗି କନ୍ୟାଘର ଲୋକେ ମଧ୍ୟ ପହଞ୍ଚିଲେ । ଯେତେବେଳେ ବିବାହ ରୀତିନୀତି ଚାଲିଥିଲା ସେତେବେଳେ ଜଣାପଡିଲା ଯେ କନ୍ୟାଙ୍କ ପ୍ରେମିକ ମଧ୍ୟ ବରଯାତ୍ରୀ ଧରି ସେଠାରେ ପହଞ୍ଚିଛନ୍ତି । ପ୍ରେମିକଙ୍କୁ ଦେଖି କନିଆ ତ ଖୁସି ହୋଇଗଲେ ମାତ୍ର ଘର ଲୋକ ହତବାକ୍ ହୋଇଗଲେ । ପ୍ରେମିକଙ୍କରୁ ଦେଖି ଯୁବତୀ ଜଣଙ୍କ ବିବାହ କରିବାକୁ ମନା କରିଦେଇଥିଲେ । ଏହି ସମୟରେ କେହି ଜଣେ ପୋଲିସକୁ ଖବର ଦେଇଦେଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବରଙ୍କୁ ଥାନାକୁ ନେଇଯାଇଥିଲା । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେଲା । ଉଲ୍ଲେଖଯୋଗ୍ୟ ଯେ, ଯୁବତୀଙ୍କ ପ୍ରେମିକଙ୍କର ମଧ୍ୟ ଜୁନ୍ ୨୩ ରେ ବିବାହ ସ୍ଥିର ହୋଇଥିଲା । ସେ ଝିଅ ଘର ଲୋକ ମଧ୍ୟ ସେଠାରେ ପହଞ୍ଚି ହୋହଲ୍ଲା କରିବାକୁ ଲାଗିଲେ । ତିନି ପକ୍ଷ ମଧ୍ୟରେ ଆଲୋଚନା ହୋଇ ଯୁବତୀଙ୍କ ବିବାହ ପୋଲିସ ଉପସ୍ଥିତିରେ ତାଙ୍କ ପ୍ରେମିକଙ୍କ ସହ କରିଦିଆଗଲା । ସେପଟେ ବର ହୋଇ ଆସିଥିବା ଯୁବକଙ୍କୁ ସେହି ଗାଁରୁ ଅନ୍ୟ ପ୍ରସ୍ତାବ ମିଳିବା ପରେ ସେହି ରାତିରେ ହିଁ ତାଙ୍କର ବିବାହ ହେଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.